Latest Odisha News

BREAKING NEWS

ନାଟ ମଣ୍ଡପର ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟ ମଣ୍ଡପର ତୁରନ୍ତ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି।

୨୦୧୬ରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଅଭିଶେକ ଦାସ ଆମିକସ୍ କ୍ୟୁରେ ଏନ୍. କେ. ମହାନ୍ତିଙ୍କ ରିପୋର୍ଟ ଆଧାରରେ ମାମଲା ଦାୟର କରିଛନ୍ତି। ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ନାଟ ମଣ୍ଡପରେ ମରାମତି କାମ ଶେଷ ହୋଇଥିବା ନେଇ ଏଏସ୍ଆଇ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିଲେ ମଧ୍ୟ ଷ୍ଟ୍ରକଚର ପ୍ରତି କୌଣସି ଗୁରୁତର ବିପଦ ଥିବା କଥା ଉଲ୍ଲେଖ କରାଯାଇନାହିଁ।

ପରେ ଆମିକସ୍ କ୍ୟୁରି ୨୦୨୩ ଅଗଷ୍ଟ ୧୪ରେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ, ନାଟ ମଣ୍ଡପ ଭିତରେ ଥିବା ଏକ ବିମରେ ଫାଟ ସୃଷ୍ଟି ହେବାରୁ ବିପଦ ରହିଛି। ଯେକୌଣସି ସମୟରେ ଏହି ଢାଞ୍ଚାରେ ଦୁର୍ଘଟଣା ଘଟିପାରେ ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା।

ଆମିକସ୍ କ୍ୟୁରିଙ୍କ ରିପୋର୍ଟକୁ ବିଚାରକୁ ନେଇ ନାଟ ମଣ୍ଡପ ଭିତରେ କ୍ଷତିଗ୍ରସ୍ତ ବିମର ମରାମତି କାମ ଏଏସ୍ଆଇକୁ ନିର୍ଦ୍ଦେଶ ଦେବା ସହ ପ୍ରତି ମାସରେ କାମର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଥିଲେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୂଳ ପିଆଇଏଲର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ ତାରିଖରେ ହାଇକୋର୍ଟରେ କରାୟିବାକୁ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.