Latest Odisha News

BREAKING NEWS

କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହେଲେ ସାନିଆ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ଭାରତ ଯୋଡି ସାନିଆ ଏବଂ ରୋହନ ବୋପାନ୍ନା ୬-୭, ୨-୫ ସେଟରେ ବ୍ରାଜିଲ ଯୋଡି ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ହାରି ଯାଇଥିଲେ । ମ୍ୟାଚ ପରେ ସାନିଆ କାନ୍ଦି ପକାଇଥିଲେ । ଚଳିତ ମାସ ଦୁବାଇରେ ହେବାକୁ ଡବ୍ଲ୍ୟୁଟିଏ ୧୦୦୦ ଇଭେଂଟ ପରେ ସାନିଆଙ୍କ ଆନ୍ତର୍ଜାତୀୟ ଟେନିସ କ୍ୟାରିୟର ଶେଷ ହେବ । ମ୍ୟାଚ ପରେ ସାନିଆ ସାଥୀ ଖେଳାଳି ବୋପାନ୍ନାଙ୍କୁ ଧନ୍ୟବାଦ ଜଣାଇଥିଲେ । ୧୪ ବର୍ଷ ବୟସରେ ବୋପାନ୍ନାଙ୍କ ସହ ମିକ୍ସଡ ଡବଲ୍ସ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ଶେଷ ଗ୍ରାଣ୍ଡସ୍ଲାମ ମଧ୍ୟ ତାଙ୍କ ସହିତ ଖେଳିଥିବାରୁ ବ୍ୟକ୍ତିଗତ ଭାବେ ଖୁସି ବୋଲି କହିଛନ୍ତି ।

୨୦୧୭ରେ ଉଭୟ ମିକ୍ସଡ ଡବଲ୍ସ ଫ୍ରେଂଚ ଓପନ ଟାଇଟଲ ଜିତିଥିଲେ । ସେହିପରି ମହେଶ ଭୂପତିଙ୍କ ସହ ୨୦୦୯ରେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ । ମହିଳା ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ସାନିଆ ଏବଂ କାଜକସ୍ତାନର ଏନା ଡୋନଲିନା ବିଦାୟ ନେଇଥିଲେ ।

Leave A Reply

Your email address will not be published.