Latest Odisha News

BREAKING NEWS

ପ୍ରେମିକରୁ ସ୍ୱାମୀ ଏବଂ ସ୍ୱାମୀରୁ ସାଜିଲା ହତ୍ୟାକାରୀ

କୋରାପୁଟ: ପ୍ରେମ କରି ବିବାହ କରିଥିଲା । ହେଲେ ବିବାହର ବର୍ଷେ ପୂରିନି, ଉତୁରିଗଲା ପ୍ରେମ ନିଶା ।  ସାମାନ୍ୟ କଥାରେ ଉତ୍ତେଜିତ ହୋଇ ପ୍ରେମିକାର ପତ୍ନୀ କରି ଘରକୁ ଆଣିଥିବା ମମିତାଙ୍କୁ ହତ୍ୟା କଲା । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁ ରେ।

ଏହି ଗାଁର ଅଜୟ ମୁଦୁଲି । ୨୦ ବର୍ଷୀୟ ମମିତାଙ୍କୁ ପ୍ରେମ କରୁଥିଲେ । ଶେଷରେ ଗତବର୍ଷ ତାଙ୍କୁ ପତ୍ନୀର ମାନ୍ୟତା ଦେଇ ଘରକୁ ଆଣିଥିଲେ । ଗୋଟିଏ ବର୍ଷ ଘରସଂସାର ଗଢିଛନ୍ତି । ହେଲେ  ଗତ କାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ଅଜୟ ନିଜ ପତ୍ନୀ ମମିତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ଗତ ବୁଧବାର ଅପରାହ୍ନରେ ଖରା ଧାନ ଚାଷ କରିବା ଲାଗି ଗାଁ ନିକଟସ୍ଥ ବିଲରେ କାମ କରିବାକୁ ଯାଇଥିଲେ ସ୍ୱାମୀ-ସ୍ତ୍ରୀ। ଦିନ ସାର ବିଲରେ କାମ କରି ଘରକୁ ଫେରୁଥିବା ବେଳେ କୌଣସି କଥାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଅଜୟ ଉତ୍ୟକ୍ତ ହୋଇ ମମିତାଙ୍କୁ ଗାଁ ମଶାଣି ନିକଟକୁ ଟାଣି ଟାଣି ନେଇ ନିତିଦିନ ବ୍ୟବହାର କରୁଥିବା ଧାରୁଆ ଟାଙ୍ଗିଆରେ ମମିତାଙ୍କୁ ହାଣି ପକାଇଥିଲା । ଫଳରେ ଘଟଣାସ୍ଥଳରେ ମମିତାଙ୍କର ମୃତ୍ୟୁ ଘଟିଥିଲା ।  ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛି ।  ଅଧିକ ତଦନ୍ତ ପାଇଁ କୋରାପୁଟର ଏକ ସାଇଣ୍ଟିପିକ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଲାଇ ଥିବା କୁହାଯାଇଛି।

ପୋଲିସ  ଅଭିଯୁ ଅଜୟଠାରୁ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରିବା ସହ ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.