Latest Odisha News

BREAKING NEWS

ରୋଗୀଣା ପୁଅର ଯନ୍ତ୍ରଣା ସହି ପାରିଲେନି, ପରିବାର ସହ ଜୀବନ ହାରିଲେ ବିଜେପି ନେତା

ବିଦିଶା: ଆଖି ସାମ୍ନାରେ କଏଷ୍ଟ ପାଉଥିଲା ପୁଅ । ନିଜର ସାମର୍ଥ୍ୟ ଅନୁସାରେ ସବୁ ପ୍ରକାର ଚିକିତ୍ସା କରାଇଲେ । ହେଲେ କିଛି ଲାଭ ହେଲାନି । ନା ପୁଅକୁ ସୁସ୍ଥ କରିପାରିଲେ ନା ପୁଅର କଷ୍ଟ ଦେଖିପାରିଲେ । ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବିଦିଶାରୁ ଆସିଛି ଛାତି ଥରାଉ ଦେବା ପରି  ଘଟଣା । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ ଅନମୋଲ(୧୩ ବର୍ଷ), ସାର୍ଥକ(୭ ବର୍ଷ) ଏବଂ  ସ୍ତ୍ରୀ ନିଲମ(୪୨ ବର୍ଷ) ଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି ।

ଏପରି ଚରମ ପଦକ୍ଷେପ ନେବା ପୂର୍ବରୁ  ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆ ଟୁଇଟରରେ ଛାଡିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ମୃତ୍ୟୁ ପୂର୍ବରୁ ସେ ନିଜର ମନର ଦୁଃଖ ଅବସାଦ ଭଗବାନଙ୍କ ଉଦ୍ଦେଶ୍ୟରେ  ଲେଖି ଯାଇଛନ୍ତି । ସେ ଲେଖିଛନ୍ତି, ‘ ହେ ଈଶ୍ୱର ! ଏଭଳି ରୋଗ ଶତ୍ରୁକୁ ବି ନମିଳୁ, ମସ୍କୁଲାର ଡିଷ୍ଟ୍ରଫି ଡିଏମ ।’

ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘ମୋ ସନ୍ତାନର ଜୀବନ ବଞ୍ଚେଇବା ମୋ ସାମର୍ଥ୍ୟ ବାହାରେ । ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି ।’

ଏମିତି ଏକ ପୋଷ୍ଟ ଦେଖି ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଲେ  । ହେଲେ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା । କବାଟ ଭାଙ୍ଗି ଯାହା ଦେଖିଲେ ତାଙ୍କର ହୋଶ ଉଡିଗଲା ।   ରୁମ ଭିତରେ ୪ଜଣ ଯାକ ଅଚେତ ହୋଇ ପଡିଥିଲେ । ଘଟଣାସ୍ଥଳରେ ହିଁ ୨ ପୁଅଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସା ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

 

Leave A Reply

Your email address will not be published.