Latest Odisha News

ୟୁରୋ କପ ଫୁଟବଲ: କ୍ରୋଏସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ରବିବାର ୱେମ୍ବଲିଂରେ ଖେଳାଯାଇଥିବା ଏକ ରୋମାଂଚପୂର୍ଣ୍ଣ ମୁକାବିଲାରେ କ୍ରୋଏସିଆକୁ ୧-୦ ଗୋଲରେ ହରାଇ ଇଂଲଣ୍ଡ ତାର ଅଭିଯାନ ଆରମ୍ଭ କରିଛି । ଫିଫା ୨୦୧୮ ବିଶ୍ୱକପ ଫାଇନାଲିଷ୍ଟ କ୍ରୋଏସିଆ ଭଲ ପ୍ରଦର୍ଶନ କରି କେତେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ ।

ମ୍ୟାଚର ୫୭ ତମ ମିନିଟରେ ଇଂଲଣ୍ଡ ପକ୍ଷରୁ ବିଜୟ ସୂଚକ ଗୋଲଟି ରହୀମ ଷ୍ଟେର୍ଲିଂ ସ୍କୋର କରିଥିଲେ । ମିଡଫିଲ୍ଡର କେଲିଭିନ ଫିଲିପଙ୍କ ଚମତ୍କାର ପାସର ଫାଇଦା ଷ୍ଟେର୍ଲିଂ ଉଠାଇଥିଲେ । ଇଂଲଣ୍ଡ ଏହା ପୂର୍ବରୁ ୟୁରୋ କପରେ ବିଜୟ ସହ ଅଭିଯାନ ଆରମ୍ଭ କରି ନ ଥିଲା । କୋଚ ଗାରେଥ ସାଉଥଗେଟ ଦଳର ପ୍ରଦର୍ଶନ ନେଇ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।

Comments are closed.