ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲଡ ଥାନା ଅଞ୍ଚଳରେ ଏସଟିଏଫ୍ ଟିମ୍ ର ଚଢାଉ । ବିଭିନ୍ନ ପାନ ଦୋକାନ ଓ ସ୍ନାକ୍ସ ଦୋକାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ଶିକ୍ଷାନୁଷ୍ଠାନ ଅଧୀନରେ ଗଞ୍ଜେଇ, ଡ୍ରଗ୍ସ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଅଭିଯୋଗରେ ଏସଟିଏଫ ଏହି ଚଢ଼ାଉ କରିଛି ।
ତେବେ ରାଜଧାନୀର ଅନେକ ସ୍ଥାନରେ ନିଶା ମାଫିଆଙ୍କ ଦ୍ବାରା ବେଧଡ଼କ ଚାଲିଛି ନିଶା କାରବାର । ହେଲେ ଏ ସବୁକୁ ରୋକିବାରେ ଫେଲ୍ ମାରିଛି ପୋଲିସ । ଯାହାକୁ ନେଇ ଏବେ ଆକ୍ସନ ମୋଡରେ ଆସିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ବସ୍ତି, ଖଟି, ଆଡ୍ଡା ସ୍ଥଳୀରେ ଜଗିଛନ୍ତି ସାଧା ପୋଷାକଧାରୀ । ରାଜ୍ୟରେ ବଢ଼ିଚାଲିଥିବା ନିଶା କାରବାରରେ ରୋକ ଲଗାଇବା ପାଇଁ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଚାଲିବ ମାରାଥନ ରେଡ୍ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ଆଣ୍ଟି ଡ୍ରଗ୍ସ ଅପରେସନ ୧୫ ଦିନ ତଳୁ ଚାଲୁଥିବା ବେଳେ ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ ।
ଏବେ ଓଡ଼ିଶାରେ ଥାଇଲ୍ୟାଣ୍ଡର ସିନ୍ଥେଟିକ୍ ଡ୍ରଗ୍ସ ଓ ମାରିଜୁଆନା ଓ କୋକେନ୍ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନୋଡାଲ ଏଜେନ୍ସି ଭାବେ ଏସଟିଏଫ୍, ଏହାର ଓଡ଼ିଶା ଲିଙ୍କ୍ ଖୋଜିବା ଆରମ୍ଭ କରିଛି । ନିଶା ମାଫିଆଙ୍କୁ ଖୋଜିବାକୁ ଏନସିବି, ଡିଆରଆଇ ସହ ଲିଙ୍କରେ ରହିଛି ଏସଟିଏଫ୍ । ସେପଟେ ଆନ୍ତଃରାଜ୍ୟ ମାଫିଆଙ୍କ ଯାତକ ଖୋଜିବା ପାଇଁ ଅନ୍ୟ ରାଜ୍ୟ ଏସଟିଏଫ୍ ର ସାହାଯ୍ୟ ନିଆଯାଇଛି ।
Comments are closed.