ଭୁବନେଶ୍ୱର: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ଏସଟିଏଫ୍ (STF)ର ବଡ଼ ପଦକ୍ଷେପ। ଏନେଇ ରାଜ୍ୟରେ ୨ ଦିନ ହେବ ମାରାଥନ ରେଡ୍। ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସ୍ପିଙ୍କ ନେତୃତ୍ୱରେ ରେଡ୍ ଆରମ୍ଭ ହୋଇଛି। ବିଭିନ୍ନ ଖଟି, ଦୋକାନ, ବସ୍ତିରେ ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି।
NCB, DRI ସହ ଯୋଗାଯୋଗରେ ରହିଛି STF। ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି ଏସଟିଏଫ୍ ଏସ୍ପି। ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୋଲିସ ସହ ଯୋଗାଯୋଗ କରାଯାଇଛି। ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ।
ରାଜ୍ୟରେ ଦେଖା ଯାଉଥିବା ହାଇପ୍ରୋଫାଇଲ ନିଶା ଯଥା ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ ଉପରେ ଫୋକସ କରାଯାଉଛି। ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ।
Comments are closed.