Latest Odisha News

BREAKING NEWS

ଏସଟିଏଫ୍ ପଞ୍ଝାରେ ଧଳାଜହର ବେପାରୀ , ୧ କେଜି ୨୨୭ ଗ୍ରାମ୍‌ ବ୍ରାଉନସୁଗର ଜବତ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ । ଜାତୀୟ ରାଜପଥ-୧୬ ପାହାଳ କ୍ରସିଂ ନିକଟରୁ ଜଣେ ମାଫିଆ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ଠାରୁ ୧ କେଜି ୨୨୭ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ।ଅଭିଯୁକ୍ତ ନିକଟରୁ ଗୋଟିଏ ପଲସର ଗାଡି, ମୋବାଇଲଫୋନ୍ ଓ ଅନ୍ୟନ୍ୟା ଜୀନିଷ ଜବତ କରିଛି ଏସଟିଏଫ୍ ।

ଅଭିଯୁକ୍ତ ଯୁବକ ଜଣକ ହେଉଛି ଜଟଣି ମୁଣ୍ଡିଆ ସାହିର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଶିବ ପ୍ରସାଦ ଦାସ । ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଏସଟିଏଫ୍ ।

ସୂଚନା ଅନୁସାରେ ୨୦୨୦ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ୪୯ କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିସାରିଲାଣି ଏବଂ ୮୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ ଟିମ୍ । ଏହି ସବୁ ମାମଲାରେ ୧୨୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

Comments are closed, but trackbacks and pingbacks are open.