Latest Odisha News

BREAKING NEWS

ପଶ୍ଚିମବଙ୍ଗ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର କଲା STF, ୨ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ହାତରେ ଗୋ-ଚାଲାଣକାରୀ । ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଧରା ପଡ଼଼ିଲେ ୨ ଅଭିଯୁକ୍ତ । ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଚାଲାଣ ବେଳେ ଏସଟିଏଫ୍ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ହାଟ ପଡ଼ିଆ ନିକଟରୁ ଏକ ଗୋରୁ ଭର୍ତ୍ତି ୧୬ ଚକିଆ ଟ୍ରକକୁ ଧରିଛି ।

ଟ୍ରକରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରିଛି ଏସଟିଏଫ୍ । ମାମଲାରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଭଦ୍ରକର କମର ସିୟାଜୁଦ୍ଦିନଙ୍କ ସହ ମହମ୍ମଦ କରିମଙ୍କୁ ଗିରଫ କରିଛି । ତେବେ ଏତେ ସଂଖ୍ୟାରେ ଗୋରୁଙ୍କୁ ଟ୍ରକ୍ ଯୋଗେ ଚାଲାଣ କରୁଥିଲେ ମଧ୍ୟ କୌଣସି ପ୍ରମାଣ ଦେଇ ପାରି ନାହାନ୍ତି ୨ ଅଭିଯୁକ୍ତ ।

ଗୋରୁଙ୍କୁ ଉଦ୍ଧାର ପରେ ଯାଜପୁର ରୋଡ୍ ସ୍ଥିତ ଗୋଶାଳାରେ ରଖା ଯାଇଛି । ଏନେଇ ପାଣିକୋଇଲି ଥାନାରେ ଧାରା ୪୨୯/୧୨୦ (ବି)/୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.