Latest Odisha News

BREAKING NEWS

ଭାରତରେ ଫେବ୍ରୁଆରୀରେ ଓମିକ୍ରନ୍ ଆଣିବ ତୃତୀୟ ଲହର !

ନୂଆଦିଲ୍ଲୀ: ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଓମିକ୍ରନ୍ ପ୍ରଭାବ ଦେଖାଉଛି । ସଂକ୍ରମଣ ହୁ ହୁ ହୋଇ ବଢୁଛି । ବିଶ୍ୱରେ ପାଖାପାଖି ୯୦ ଦେଶରେ ବ୍ୟାପିଲାଣି ଓମିକ୍ରନ୍ । ଭାରତରେ ୧୨ ରାଜ୍ୟରେ ୧୪୫ ସଂକ୍ରମିତ ଚିହ୍ନଟ ହେଲେଣି । ଏଭଳି ସ୍ଥିତିରେ ଆଗକୁ ଦେଶରେ ଓମିକ୍ରନ୍ ଦ୍ରୁତ ମାଡ଼ିବ । ଏଭଳି ଆଶଙ୍କା କରିଛି ନ୍ୟାସନାଲ୍ କୋଭିଡ୍ ସୁପରମଡେଲ୍ କମିଟି । ଚେତେଇ ଦେଇଛି ଫେବ୍ରୁଆରୀ ସୁଦ୍ଧା ଭାରତରେ ଆସିପାରେ କରୋନାର ତୃତୀୟ ଲହର ।

ଦେଶବାସୀଙ୍କୁ ଅଧିକ ସତର୍କ ଓ ସାବଧାନ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଡେଲଟାଠାରୁ ଦ୍ରୁତ ସଂକ୍ରାମକ ଅମିକ୍ରନ୍ । କିନ୍ତୁ ଡେଲଟା ଭଳି ପ୍ରାଣଘାତୀ ନୁହେଁ । ତେଣୁ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍ ପ୍ରଭାବୀ ହୋଇପାରେ । ଏମିତି ବି ଓମିକ୍ରନ୍ ଜନିତ ମହା ବିପଦ ଭଳି ସ୍ଥିତି ଏଯାଏ ଆସିନି ।

ଏବେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଭିତରେ ରହିଛି । ଓମିକ୍ରନ୍ ମାଡ଼ିଲେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢ଼ିବ । କରୋନାର ତୃତୀୟ ଲହରର କାରଣ ହେବ ଓମିକ୍ରନ୍ । ତୃତୀୟ ଲହରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ହେବ ବୋଲି ଆକଳନ କରୁଛନ୍ତି ବୈଜ୍ଞାନିକ । ତେବେ ଓମିକ୍ରନ୍ ବାବଦରେ ବର୍ତ୍ତମାନ ବଡ଼ ଧରଣର ତଥ୍ୟ ଆସିନି । ଏବେ ବି ଓମିକ୍ରନର ସ୍ୱରୂପକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି ବୈଜ୍ଞାନିକ ।

Leave A Reply

Your email address will not be published.