Latest Odisha News

ଡ୍ରଗ୍ସ ମାଫିଆ ରାଜା ଘରେ ଏସଟିଏଫ୍ ଟିମର ଚଢାଉ

ବାଲେଶ୍ୱର: କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ ରବିବାର ଦିନ ବାଲେଶ୍ୱର ସ୍ଥିତ ଅରଡ ବଜାରର ଗଳାପୋଲରେ ଥିବା ଡ୍ରଗ୍ସ ମାଫିଆ ଶେଖ୍ ରାଜାର ଘର ଉପରେ ଚଢାଉ କରିଛି ।

ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଟିଏଫର ଏହି ୫ ଜଣିଆ ଟିମ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ରାଜା ଘରେ ଚଢାଉ କରିବା ସହ ବିଦେଶୀ ଲିଙ୍କ ନେଇ ତା’ର ପତ୍ନୀ ପ୍ରିୟା ବିବି, ଶାଶୁ ଓ ସମ୍ପର୍କୀୟ ମାନଙ୍କୁ ପଚରାଉଚରା କରିଛି । ଏହାବ୍ୟତିତ ବହୁ କାଗଜ ପତ୍ର ମଧ୍ୟ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖରେ ଖଣ୍ଡଗିରି ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ରାଜାକୁ ଗିରଫ କରିଥିଲା । ପରେ ଏହି ଡଗ୍ସ କିଙ୍ଗପିନ୍ ରାଜା ସହ ଲିଙ୍କ ନେଇ ପୋଲିସ ଜଣେ ହାବିଲଦାରଙ୍କୁ ମଧ୍ୟ ଗିରଫ କରିଥିଲା ।

ଗିରଫ ସମୟରେ ତା’ ଠାରୁ ୭.୬୫ ମିମିର ପିସ୍ତଲ୍, ଗୁଳି, ନଗଦ ୧ ଲକ୍ଷ ଟଙ୍କା, ଟି ମୋବାଇଲ୍ ଫୋନ୍ ସହ କିଛି ଏଟିଏମ୍ କାର୍ଡ ମଧ୍ୟ ଜବତ କରିଥିଲା ।

ଏହି ଟିମ୍ ଶନିବାର ରାତିରେ ସହଦେବଖୁଣ୍ଟା ଅଞ୍ଚଳରେ ଶେଖ୍ ରାଜାର ଲିଙ୍କ ନେଇ ପଚରା ଉଚରା କରିଥିଲା ।

ସେହିପରି ସେପ୍ଟେମ୍ବର ୧୮ ତାରିଖରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲା ଓ ସେସନ୍ କୋର୍ଟ ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଥିଲେ ।

ଏପରିକି ରାଜା ଓଡିଶା, ପଶ୍ଚିମବଙ୍ଗ, ଗୋଆ ଓ ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରେ ନିଶା ଦ୍ରବ୍ୟ ବିକି୍ର କରୁଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.