Latest Odisha News

BREAKING NEWS

ଆକାଶ ଛୁଇଁଲା ପିଆଜ ଦର !

ଭୁବନେଶ୍ୱର: ଗରିବର ପଖାଳ କଂସାକୁ ମାଡ଼ । ପିଆଜ ଭଳି ଅତ୍ୟାବଶ୍ୟକୀୟ ପରିବା ଚଢ଼ାଦରରେ ବିକ୍ରି ହେଉଛି । କଟକ, ଭୁବନେଶ୍ୱର ସହ ସାରା ରାଜ୍ୟରେ ପିଆଜ ଦର ୫୦ ଛୁଇଁଲାଣି ।

କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପ୍ରତିଟି ଘରେ ସାଧାରଣତଃ ପିଆଜ ରସୁଣର ବ୍ୟବହାର ବହୁଳ ଭାବେ ହେଉଥିବାରୁ ଏହାର ଦର ବୃଦ୍ଧି ଯୋଗୁଁ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି । ଆଗକୁ ପିଆଜ ଦର ଆହୁରି ବଢ଼ିବା ଆଶଙ୍କା କରାଯାଥିବା ବେଳେ, ୨୦୧୫ ମସିହା ଭଳି ମୂଲ୍ୟ ୮୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀମାନେ ଆକଳନ କରୁଛନ୍ତି ।
Leave A Reply

Your email address will not be published.