Latest Odisha News

ଛୋଟ ଝିଅର ମୁହଁରେ ଏମିତି କଜଳ ଲଗାଇଲେ ମହିଳା, ଲୋକେ କଲେ ଗାଳିଗୁଲଜ

ଛୋଟ ପିଲାଙ୍କ ଦେହରେ କଜଳ ଲଗାଇଲେ କାହାର ଖରାପ ନଜର ପଡ଼େ ନାହିଁ ବୋଲି ବିଶ୍ୱାସ କରାଯାଏ । ସେଥିଲାଗି ପ୍ରତ୍ୟେକ ମାଆ ନିଜ ପିଲାର ମୁହଁରେ ଭିନ୍ନ ଭିନ୍ନ ଷ୍ଟାଇଲରେ କଜଳ ଲଗାଇଥାନ୍ତି । କିନ୍ତୁ ଏବେ ଏମିତି ଜଣେ ଛୋଟ ଝିଅର ମୁହଁରେ କଜଳ ଲଗାଯାଇଛି,ଯାହାକୁ ଦେଖି ଅନେକ ଲୋକ ଗାଳିଗୁଲଜ କରିବା ସହ ତାଗିଦ୍ ମଧ୍ୟ କରିଛନ୍ତି ।

ଗାଁଗୁଡ଼ିକରେ ମହିଳାମାନେ ସେମାନଙ୍କ ଛୋଟ ପିଲାଙ୍କ ଆଖି ଓ ମୁହଁରେ ମୋଟା ଭାବେ କଜଳ ଲଗାଇବାକୁ ପସନ୍ଦ କରିଥାନ୍ତି । ଖାସ୍‌କରି ଆଖିରେ କଜଳ ଲଗାଇଲେ ପିଲାମାନଙ୍କର ଦୃଷ୍ଟି ଶକ୍ତି ତୀକ୍ଷ୍ଣ ହୋଇଥାଏ ବୋଲି ଲୋକଙ୍କ ଧାରଣା । କିନ୍ତୁ ବାସ୍ତବରେ ଏପରି ଧାରଣା ଭୁଲ । ଡାକ୍ତରଙ୍କ କହିବା ଅନୁଯାୟୀ, ପିଲାମାନଙ୍କ ଆଖିରେ କଜଳ ପ୍ରୟୋଗ କରାଯିବା ଉଚିତ୍ ନୁହେଁ । କଜଳରେ ଥିବା ରାସାୟନିକ ପଦାର୍ଥ ପିଲାମାନଙ୍କ ଆଖିରେ କ୍ଷତି ପହଞ୍ଚାଇପାରେ । କିନ୍ତୁ ଲୋକମାନେ ଆଜି ମଧ୍ୟ ପୁରୁଣା ଚିନ୍ତାଧାରାକୁ ଧ୍ୟାନରେ ରଖି କଜଳ ପ୍ରୟୋଗ କରିଥାନ୍ତି ।
ଭାଇରାଲ ଭିଡ଼ିଓ ଦେଖିବାକୁ ମିଳିଛି, ଏପରି ବିଶ୍ୱାସ କରି ଜଣେ ମହିଳା ନିଜ ଛୋଟ ଝିଅର ଆଖିରେ ବହୁତ ମୋଟା ଭାବେ କଜଳ ଲଗାଇଛନ୍ତି । କେବଳ କଜଳ ଶିଶୁର ଆଖିରେ ପ୍ରୟୋଗ କରାଯାଇ ନାହିଁ । ଶିଶୁର ଆଖି ଏବଂ କପାଳରେ ବହୁ ମାତ୍ରାରେ ଲଗାଯିବା ସହ ମୁହଁର ବିଭିନ୍ନ ସ୍ଥାନରେ ବି ଲଗାଯାଇଛି । କୁନି ଝିଅଟି ସୁନ୍ଦର ଦେଖାଯାଉଛି ସତ, କିନ୍ତୁ ମଜାଳିଆ ବି ଦେଖାଯାଉଛି ।

ଏହି ଭିଡ଼ିଓ ସେୟାର ହେବା ମାତ୍ରେ ଲୋକଙ୍କ ନକରାତ୍ମକ ମନ୍ତବ୍ୟ ଦେବା ଆରମ୍ଭ ହୋଇଯାଇଛି । କୁନି ଝିଅକୁ ଏପରି ଯେଉଁ ମହିଳା ସଜାଇଛନ୍ତି ଏହା ତାଙ୍କର ମୁର୍ଖାମୀ ବୋଲି ମତ ଦେବା ସହ ଅନେକ ଲୋକ ତାଙ୍କୁ ଗାଳିଗୁଲଜ ଓ ତାଗିଦ୍ ବି କରିଛନ୍ତି । ଏତେ ପରିମାଣର କଜଳ ଶିଶୁ ଦେହରେ ନ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.