Latest Odisha News

BREAKING NEWS

ଅଭିମାନ କଲେ ଅରୁଣ, କହିଲେ ଚାଷୀ ଓ ଚାଉଳ କଥା କହିବାକୁ ଗୃହରେ ସୁଯୋଗ ମିଳୁନି

ଭୁବନେଶ୍ୱର : ପୁଣିଥିରେ ଫେରିଛି ଚାଉଳ ରାଜିନୀତି ! ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଏହାପରେ ଗଣମାଧ୍ୟମରେ ବଡ଼ ଅଭିମାନଭରା କଣ୍ଠରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ, କହିଥିଲେ ବିଧାନସଭାରେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି କିନ୍ତୁ ମୁଁ ଚାଷୀଙ୍କ ଚାଉଳ ଓ ଲୋକଙ୍କ ପ୍ରସଙ୍ଗ ଉଠାଇବାବେଳକୁ କୁହାଇ ଦେଉ ନାହାଁନ୍ତି । ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ତାଙ୍କୁ ଏସମମ୍ପର୍କରେ କହିବାକୁ ସୁଯୋଗ ମିଳୁନାହିଁ ବୋଲି କହି ଗଣମାଧ୍ୟମ ଆଗରେ ମୁହଁ ଶୁଖାଇଥିଲେ ଅରୁଣ ।

ଅରୁଣଙ୍କ କହିବା କଥା, କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ୍ ବଳକା ରହୁଥିଲା । ଆଉ ଏବେ ଉଷୁନା ଚାଉଳ ନେଉନାହାନ୍ତି । ଫଳରେ ଚାଷୀ ଅସୁବିଧାରେ ପଡ଼ିବେ । କେନ୍ଦ୍ର ସରକାର ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଦାବି କରିଛନ୍ତି । ଅରୁଣଙ୍କ ମନ୍ତବ୍ୟ ଉପରେ ଯଦିଏ ଏଯାଏଁ ବିରୋଧୀ ବିଜେପି କି କଂଗ୍ରେସ ମତାମତ ରଖି ନାହାନ୍ତି, ତେବେ ଚାଉଳ ପ୍ରସଙ୍ଗରେ ଆଗକୁ ଯେ ଶାସକ ଦଳ କେନ୍ଦ୍ରକୁ ଘେରିବ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.