Latest Odisha News

BREAKING NEWS

ଅର୍ଥନୀତିକ ସର୍ଭେ ରିପୋର୍ଟ ଆସିବା ପୂର୍ବରୁ ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୦-୨୧ ସଂସଦରେ ଉପସ୍ଥାପିତ କରିବେ । ସଂସଦରେ ଅର୍ଥନୀତିକ ରିପୋର୍ଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖା ଦେଇଛି ।

ବଜାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସ ୧୭୧.୪୮ ଅଙ୍କ ବୃଦ୍ଧି ପାଇ ୪୭ ,୦୪୫. ୮୪ରେ କାରବାର କରୁଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ନିଫ୍ଟି ୫୫.୫୫ ଅଙ୍କ ବଢ଼ି ୧୩, ୮୭୩.୧୦ରେ କାରବାର ଚାଲିଛି ।

Leave A Reply

Your email address will not be published.