ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ପରେ ଆଉ ଏହି ଫର୍ମାଟରେ ଖେଳିବେନି । ୩୧ ବର୍ଷୀୟ ଷ୍ଟୋକ୍ସ ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚରେ ଷ୍ଟୋକ୍ସଙ୍କ ୮୪ ରନର ଇନିଂସ ବଳରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲା । ୧୦୪ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ସେ ୨୯୧୯ ରନ ଏବଂ ୭୪ ୱିକେଟ ଏହି ଫର୍ମାଟରେ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଏଥର ଆପ୍ରାଣ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ରହି ନ ଥିଲା ।
BREAKING NEWS
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- Hingula Mahotsav:ହିଙ୍ଗୁଳା ମହୋତ୍ସବରେ ଅଘଟଣ; ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର
- ଧୋନୀ କେବେ ଖେଳିବେ କହିଲେ ରିତୁରାଜ
- ବେଙ୍ଗାଲୁରୁ-ଦିଲ୍ଲୀ ଇଣ୍ଡିଗୋ ବିମାନରେ ବୋମା ଧମକ…
Comments are closed.