Latest Odisha News

BREAKING NEWS

Cyclone Senyar: ସୃଷ୍ଟି ହେଲା ବାତ୍ୟା ‘ସେନୟାର’; ଏହି ସବୁ ରାଜ୍ୟ ପାଇଁ ସତର୍କତା ଜାରି..

ଭୁବନେଶ୍ବର: ତୀବ୍ର ଅବପାତ ଘନୀଭୂତ ହୋଇ ସୃଷ୍ଟି ହେଲା ବାତ୍ୟା ‘ସେନୟାର’ । ସକାଳ ସାଢେ ୫ଟାରେ ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟାର ରୂପ ନେଲା ଗଭୀର ଅବପାତ । ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବ ଇଣ୍ଡୋନେସିଆରେ ବାତ୍ୟା ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ବୁଧବାର ଅପରାହ୍ନରେ ବାତ୍ୟା ‘ସେନୟାର’ ଇଣ୍ଡୋନେସିଆ ଉପକୂଳ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ଏହା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କି.ମି. ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କି.ମି. ଦୂରରେ ରହିଛି ।

ସେପଟେ ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି । ୨୭ ତାରିଖ ସୁଦ୍ଧା ଅବପାତ ରୂପ ନେବ ବୋଲି ଆଇଏମଡି କହିଛି । ଆସନ୍ତା ୨ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ରାତି ତାପମାତ୍ରା କମିବା ଯୋଗୁ କିଛି ସ୍ଥାନରେ ଅଧିକ ଶୀତ ଅନୁଭୂତ ହୋଇପାରେ । ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

 

Comments are closed.