Latest Odisha News

BREAKING NEWS

ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ।

ନିତିଦିନିଆ ଜୀବନରେ ଭେଟିଥିବା ସାଧାରଣ ଚରିତ୍ର ମାନଙ୍କୁ ଅସାଧାରଣ ରୂପରେ ଗଳ୍ପ ମାଧ୍ୟମରେ ପ୍ରକାଶ କରି ସମାଜକୁ ସକରାତ୍ମକ ବାର୍ତ୍ତା ପ୍ରଦାନ କରିବାରେ ଲେଖିକାଙ୍କର ସୃଜନୀଶୀଳତାକୁ ଅତିଥି ମାନେ ପ୍ରଶଂସା କରିଥିଲେ।

ଏହି ଅବସରରେ ଲେଖକ ମନୋଜ କୁମାର ମହାପାତ୍ର , ଅସିତ ମହାନ୍ତି, ରାଜକୁମାର ସୁତାର, ସୋନାଲି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.