Latest Odisha News

 କଥାକାର ଅଖିଳ ମୋହନଙ୍କ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ଜାନୁଆରି ୩୧ରେ

 

ଭୁବନେଶ୍ୱର: ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯକ୍ରମ ଜରିଆରେ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ ଅନନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଏହି କ୍ରମରେ ପ୍ରଖ୍ୟାତ ନାଟ୍ୟପୁରୁଷ ଓ ବାକ୍‌-ସାଧକ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ତାଙ୍କର ଅଦ୍ଵିତୀୟ ଶୈଳୀରେ ପରିବେଷିତ ହେବ ଅଖିଳ ମୋହନ ପଟ୍ଟନାୟକଙ୍କ ଏକ ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ’ମତ୍ସ୍ୟଗନ୍ଧା’।

ଆସନ୍ତା ଜାନୁଆରି ୩୧ ତାରିଖ (ରବିବାର) ପ୍ରାତଃ ଆଠଟା ବେଳେ ୟୁଟ୍ୟୁବ୍‌ ଏବଂ ଅଖିଳ ମୋହନ ଫାଉଣ୍ଡେସନ୍‌ର ଫେସ୍‌-ବୁକ୍‌ ପୃଷ୍ଠାରେ ଏହାର ଭିଡିଓ ଅପ୍‌ ଲୋଡ୍‌ କରାଯିବ। ସାହିତ୍ୟପ୍ରେମୀ ଓ ଅଖିଳ- ଅନୁରାଗୀମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ଏହି କାର୍ଯକ୍ରମକୁ ବହୁ ସଂଖ୍ୟାରେ ଦେଖିବା ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ଡିସେମ୍ବର ୧୮ ତାରିଖରେ ‘ଅଖିଳ ଜୟନ୍ତୀ’ ଅବସରରେ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରଖ୍ୟାତ ନାଟ୍ୟପୁରୁଷ ଓ ବାକ୍‌-ସାଧକ ଅନନ୍ତ ମହାପାତ୍ରଙ୍କ ଅଦ୍ଵିତୀୟ ଶୈଳୀରେ ପରିବେଷିତ ହୋଇଥିବା ଅଖିଳ ମୋହନ ପଟ୍ଟନାୟକଙ୍କ ଅନ୍ୟ ଏକ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ରୂପନାରାୟଣ ଶାହା’ ପ୍ରସାରିତ ହୋଇ ଖୁବ୍‌ ଆଦୃତି ଲାଭ କରିଥିଲା।

Comments are closed.