Latest Odisha News

ଆଜିଠୁ ଆରମ୍ଭ ‘ଭୁଫେଷ୍ଟୋ’, କାହାଣୀ କହିବ ରାଜଧାନୀ

ଭୁବନେଶ୍ୱର : କାହାଣୀ ଶୁଣିବାକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଖୁସିର ଖବର । କାହାଣୀକୁ ନେଇ ହିଁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଷ୍ଟୋରି ଟେଲିଂ ଫେଷ୍ଟିଭାଲ (ଭୁଫେଷ୍ଟୋ) । ଏଥିରେ ଦେଶ ତଥା ବିଦେଶର ପ୍ରମୁଖ ଗାଳ୍ପିକ ମାନଙ୍କ ଠାରୁ କାହାଣୀ ଶୁଣିବାକୁ ମିଳିବ ।

ଡିସେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଗାଳ୍ପିକ ଯୋଗଦେବେ । ବକୁଳ ଫାଉଣ୍ଡେସନ୍ ସହାୟତାରେ ବିଡିଏ ପକ୍ଷରୁ ‘ଭୁଫେଷ୍ଟୋ’ ଆୟୋଜନ କରାଯାଇଥିବା ବେଳେ ସହରର ୩ଟି ପାର୍କରେ ଏକକାଳୀନ ଆୟୋଜିତ ହେବ ।

ଏହି ଅବସରରରେ ରାଜଧାନୀବାସୀ ତଥା ଦର୍ଶକମାନେ ରାଜ୍ୟ ତଥା ବିଦେଶର ପ୍ରମୁଖ ଗାଳ୍ପିକ ମାନଙ୍କ ଠାରୁ ସ୍ମାର୍ଟ ସିଟିର ଇତିହାସ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ଭିନ୍ନଭିନ୍ନ କାହାଣୀ ଗପ ମାଧ୍ୟମରେ ଶୁଣିବାର ଏକ ଅନୁଭୂତି ଲାଭ କରିପାରିବେ ।

ଚନ୍ଦ୍ରଶେଖରପୁରର ବୁଦ୍ଧ ଜୟନ୍ତୀ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ ଓ ଖଣ୍ଡଗିରି ସ୍ଥିତ ଖାରବେଳ ପାର୍କରେ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ଯାଏଁ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏତଦବ୍ୟତିତ ସମ୍ପୃକ୍ତ ପାର୍କ ଗୁଡିକୁ ବିଭିନ୍ନ କଳାକୃତି ଜରିଆରେ ଥିମ୍ ପାର୍କ ରୂପେ ପ୍ରସ୍ତୁତ କରାଯାଇଛି । ଇନ୍ଦିରା ଗାନ୍ଧୀ ପାର୍କକୁ ‘ଗ୍ରୀମ୍ସ ଫେୟାରି ଟେଲ୍’, ବୁଦ୍ଧ ଜୟନ୍ତୀ ପାର୍କକୁ ‘ପଞ୍ଚତନ୍ତ୍ର ଦୁନିଆ’ ଏବଂ ଖାରବେଳ ପାର୍କକୁ ‘ଆରବିଆନ୍ ନାଇଟ୍ସ’ ଥିମ ଆଧାରରେ ସଜା ଯାଇଛି ।

Leave A Reply

Your email address will not be published.