Latest Odisha News

ଭାଇରାଲ୍ ହେଉଛି ‘ଓଡିଶା ହକି ବିଶ୍ୱକପ’ ଅଫିସିଆଲ ଗୀତ ‘ଜୟ ହିନ୍ଦ ଇଣ୍ଡିଆ’…

ମୁମ୍ବାଇ : ‘ଓଡିଶା ପୁରୁଷ ହକି ବିଶ୍ୱକପ-୨୦୧୮’ ର ଅଫିସିଆଲ ଭିଡ଼ିଓ ‘ଜୟ ହିନ୍ଦ ଇଣ୍ଡିଆ’ ସଙ୍ଗୀତ କିମ୍ବଦନ୍ତୀ ଏ ଆର ରେହମାନ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ ଆର୍ ଭିନୀଲ କ୍ରିଷ୍ଣାଙ୍କ ଉପସ୍ଥିତିରେ ମୁମ୍ବାଇରେ ମୁକ୍ତିଲାଭ କରିଛି ।

ବିଶିଷ୍ଟ ବଲିଉଡ୍ ଗୀତିକାର ଗୁଲଜାର ଓ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ, କମ୍ପୋଜର୍ ତଥା ସଂଗୀତଜ୍ଞ ଏ ଆର୍ ରେହମାନଙ୍କ ମିଳିତ ଉଦ୍ୟମରେ ହୋଇଥିବା ଏହି ୪ ମିନିଟ୍ ୩୬ ସେକେଣ୍ଡର ଗୀତଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଏନେଇ ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତଜ୍ଞ ଟ୍ୱିଟ କରି କହିଛନ୍ତି ଏବେ ପ୍ରତୀକ୍ଷାର ଅନ୍ତ ଘଟିଲା ।

ଏହି ଗୀତ ଭିଡିଓଟିରେ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ, ଅଭିନେତ୍ରୀ ନୟନତାରା, ଶିବମଣୀ, ନୀତି ମୋହନ, ଶ୍ୱେତା ମୋହନ, ଶ୍ୱେତା ପଣ୍ଡିତ, ଶାଶା ତିରୁପତି, ହର୍ଷଦୀପଙ୍କ ସମେତ ଭାରତୀୟ ହକି ଦଳର ଖେଳାଳି ମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.