Latest Odisha News

BREAKING NEWS

ମହାକାଶରେ ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ସୁନୀତା ୱିଲିୟମ୍ସ…

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ଏହାରି ମଧ୍ୟରେ ସେ ଚଳିତ ବର୍ଷ ସେଠାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନାସା ପକ୍ଷରୁ ସୁନୀତା ୱିଲିୟମ୍ସ ଏବଂ ତିନି ମହାକାଶଚାରୀଙ୍କ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ତାଙ୍କ ସହ ଡନ୍ ପେଟିଟ୍, ନିକ୍ ହେଗ ଏବଂ ବଚ୍ ୱିଲମୋର ରହିଛନ୍ତି। ଭିଡିଓରେ ଏହି ମହାକାଶଚାରୀ ମାନେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ଯ କରିଛନ୍ତି।

 

Comments are closed.