ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀର ରାସ୍ତାଘାଟ, ବଜାର ଓ ଗଳି କନ୍ଦିରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ବହୁ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ରାସ୍ତାରେ ଯାଉଥିବା ଲୋକଙ୍କୁ ଅନେକ ସମୟରେ କେଞ୍ଚି ଖୋବି ପକାଇବା ସହ କଚାଡି ପକଉଛନ୍ତି ଏହି ବୁଲା ଷଣ୍ଢ ଓ ଗୋରୁ । ଏହା ସହ ଆଗକୁ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଥିବାବେଳେ ଯାହାକୁ ନେଇ ସେମାନଙ୍କୁ ଥଇଥଥାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏନେଇ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି ଯେ, ବନ୍ଦ ହୋଇଥିବା କାଞ୍ଜିଆ ଏବଂ ଗୁହାଳକୁ ପୁଣିଥରେ କାଯ୍ୟକ୍ରମ କରାଯିବ । ରାଜଧାନୀ ରାଜରାସ୍ତାରୁ ହଟିବେ ବୁଲା ଗାଈଗୋରୁ ଏବଂ ଷଣ୍ଢ ।
ସେମାନଙ୍କ ପାଇଁ ଅଧିକରୁ ଅଧିକ ଗୋଶାଳା ବ୍ୟବସ୍ଥା କରାଯାଉଛି । ରାଜ୍ୟବ୍ୟାପୀ ଗୋଶାଳା ଇଚ୍ଛୁକ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ୫୨ ଲକ୍ଷ ଟଙ୍କାର ଭିତ୍ତିଭୂମି ବାବଦରେ ଦିଆଯିବ । ଏହା ସହ ଜମି ଦେବା ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି । ବୁଲା ଗାଇଗୋରୁଙ୍କ ଭରଣ ପୋଷଣ ପାଇଁ ୨୦ ଲକ୍ଷ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
Comments are closed.