ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ହୋଇପଡିଲାଣି ବୁଲାକୁକୁରଙ୍କ ଦୌରାତ୍ମ । ଯେଉଁ କାରଣରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ରାସ୍ତାଘାଟ ହେଉକି କଲୋନୀ, ବସ୍ତି ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ । ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଥିବା ପଞ୍ଜିକୃତ ହୋଇଛି ।
ହାଇକୋର୍ଟଙ୍କ ରହିତାଦେଶ ଥିବାରୁ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା । ତେବେ ଅଳ୍ପଦିନ ଭିତରେ ପୁଣିଥରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ମଞ୍ଚେଶ୍ୱରରେ ଆତ୍ୟାଧୁନିକ ହସ୍ପିଟାଲ କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି ।
ମେୟର ଆହୁରି କହିଛନ୍ତି ଯେ, ପୂର୍ଵତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଏହା ଉପରେ କେସ କରିଥିଲେ । ଯାହା ଉପରୁ ଏବେ ହାଇକୋର୍ଟ ପ୍ରତିବନ୍ଧକ ହଟାଇଛନ୍ତି । ଡିସେମ୍ବର ୨୫ରୁ ରାଜଧାନରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ୍ୟ ଲୋଡିଛନ୍ତି ମେୟର, କାରଣ ଅନେକ ସମୟରରେ କୁକୁରଙ୍କୁ ଧରିବା ସମୟର ବିଏମସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଘଟଣା ସାମ୍ନାକୁ ଆସିଛି ।