Latest Odisha News

BREAKING NEWS

ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ପୋଲିସ ଡିଜି

ଭୁବନେଶ୍ୱର: ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି କରୋନା ଅପଡେଟ୍ ସାମ୍ବାଦିକ ସମ୍ମିଳନୀରେ ଏଭଳି କଡା ଚେତବାନୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଯଦି କେହି ୧୪ ଦିନ ଘରେ ନରହି ନିୟମ ଉଲ୍ଲଂଘନ କରନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି । ଏବେ ସୁଦ୍ଧ ୬୧ଟି କ୍ୱାରେଣ୍ଟାଇନ ନିମୟ ଭଙ୍ଗ ମାମଲା ରୁଜୁ ହୋଇଛି । ତେଣୁ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ନିୟମ ନଭାଙ୍ଗିବା ପାଇଁ ଡିଜିପି ପରାମର୍ଶ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସାରା ଦେଶରେ ଲକ ଡାଉନକୁ କଡାକଡି କରାଯାଇଥିବା ବେଳେ ଅନେକ ଲୋକ ଏହାକୁ ମାନୁନାହାନ୍ତି । ନିୟମ ଖିଲାପ ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ୨୧ ଦିନିଆ ତାଲାବନ୍ଦ ବେଳେ କରୋନା ମୁକାବିଲା ପାଇଁ ସମସ୍ତେ ସିପାହୀ ସାଜିଛନ୍ତି । ଡାକ୍ତର, ପୋଲିସ, ସଫେଇ କର୍ମଚାରୀ, ସାମ୍ବାଦିକଙ୍କ ଭଳି ଅନେକ ଲୋକ ଏହାର ମୁକାବିଲା କରୁଛନ୍ତି । ତେଣୁ ସଙ୍କଟ ସମୟରେ ପୋଲିସକୁ ସହଯୋଗ କରିବାକୁ ପୋଲିସ ଡିଜି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.