Latest Odisha News

BREAKING NEWS

ଭୁବନେଶ୍ୱର କର କ୍ଲିନିକ ଏମଡିଙ୍କ କରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୪ରେ ଥିବା କର କ୍ଲିନିକର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାନ୍ତ କରଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ସୋମବାର ସକାଳର ସମସ୍ତ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଓ ଜନ ସମ୍ପର୍କ ବିଭାଗ ଟ୍ୱିଟ କରିଛି ।

ଓଡିଶାର ତୃତୀୟ କରୋନା ପଜିଟିଭ ରୋଗୀ ଦିଲ୍ଲୀରୁ ଫେରିବା ପରେ କର କ୍ଲିନିକ ଯାଇଥିଲେ । ମାର୍ଚ୍ଚ ୨୬ ତାରିଖରେ ୬୦ ବର୍ଷୀୟ ବ୍ୟାଙ୍କରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏବଂ ମାର୍ଚ୍ଚ ୨୪ରେ ସେ ଗୋଟିଏ ଦିନ ପାଇଁ ନିମୋନିଆ ଭଳି ଲକ୍ଷଣ ପାଇଁ କର କ୍ଲିନିକର ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

ରାଜ୍ୟ ସରକାର ୬୦ ବର୍ଷୀୟ କରୋନା ପଜିଟିଭ ବ୍ୟକ୍ତିଙ୍କ ପାଇଁ କର କ୍ଲିନିକକୁ ନଯିବା ପାଇଁ ଲୋକଙ୍କୁ କହିଥିଲେ । ପରେ ସେହି କ୍ଲିନିକକୁ ବିଶୋଧନ କରାଯାଇଛି ଏବଂ ରବିବାର ଦିନ ଠାରୁ ଡାଏଲିସିସ ଭଳି ଜରୁରୀକାଳୀନ ସେବା ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.