ପୁରୀ: କରୋନା ମୁକାବିଲା ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି ନିଆଯାଇଛି । ଭିତର କାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ଏକାଠି ଦର୍ଶନ ନକରି ଧାଡିରେ ଆସି ଦର୍ଶନ କରିବାକୁ କୁହାଯାଇଛି । ଏଥିସହ ଶ୍ରୀମନ୍ଦିରରେ ପୂଜା ବେଳେ ସେବାୟତମାନେ ମାସ୍କ ପିନ୍ଧିବେ ବୋଲି ନିଷ୍ପତ୍ତି ହୋଇଛି ।
ଏଥିସହ ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ଭକ୍ତମାନେ ଛୁଇଁବା ମନା ହୋଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଅଧିକ ଭିଡ ଉପରେ କଟକଣା ଜାରି କରାଯାଇଛି । ଅତ୍ୟନ୍ତ ଜରୁରୀ ନଥିଲେ ଏପ୍ରିଲ ୧ ଯାଏଁ ପୁରୀ ନଆସିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି ।
ଶ୍ରୀମନ୍ଦିର ଭିତରେ ଓ ବାହାରେ ପାନ ଛେପ ପକାଇବା ମନା ହୋଇଛି । ଭକ୍ତମାନେ ହାତ ଧୋଇବା ପାଇଁ ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ବ୍ୟବସ୍ଥା କରାଯିବ । ଭକ୍ତମାନେ କୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଛୁଇଁବା ମନା ହୋଇଛି । ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି ସମସ୍ତ ପ୍ରତିବନ୍ଧକ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
BREAKING NEWS
- Bjp National President: ଆଜିଠୁ ବିଜେପିରେ ‘ନବୀନ’ ଯୁଗ ଆରମ୍ଭ
- Weather Update: ରାଜ୍ୟରେ ଶୀତ ଗାଏବ, ବଢୁଛି ତାପମାତ୍ରା
- Fire Breaks Out: ବିଳମ୍ବିତ ରାତିରେ ୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ, ଧ୍ବଂସ ପାଇଲା ୪୦ରୁ ଅଧିକ ଦୋକାନ
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଥରୁମ୍ରେ ନବଜାତ ଶିଶୁକନ୍ୟାକୁ ଫୋପାଡି ମା’ ଚମ୍ପଟ
- state of emergency: ଜଙ୍ଗଲରେ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ , ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି
- ନେପାଳରେ ଆଚରଣ ସଂହିତା ଲାଗୁ , ସାଧାରଣ ନିର୍ବାଚନ ମାର୍ଚ୍ଚ ୫ରେ..
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
Comments are closed.