Latest Odisha News

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧୦୭ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ ପକ୍ଷରୁ ସୂଚନା ମିଳିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମରେ ମଧ୍ୟ ଟ୍ୱିଟ୍ କରାଯାଇଛି ।

ଏହାବ୍ୟତିତ ମହାରାଷ୍ଟ୍ରରେ ସର୍ବାଧିକ ୩୨ଟି ନୂଆ ମାମଲା ଦେଖାଦେଇଛି। ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡ ଶନିବାର ବିଳମ୍ବିତ ରାତିରେ ପାଞ୍ଚଟି ନୂଆ ମାମଲା ଚିହ୍ନଟ କରାଯାଇଥିଲା ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଏହି ମାରାତ୍ମକ ଭାଇରସ ସଂକ୍ରମଣରେ ଦେଶରେ ବର୍ତ୍ତମାନ ପର‌୍ୟ୍ୟନ୍ତ ଦୁଇ ଜଣ ପ୍ରାଣ ହରାଇଛନ୍ତି।

ନିକଟ ଅତୀତରେ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ୧୦ ଜଣ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

Leave A Reply

Your email address will not be published.