ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜୋର୍ଦାର ଧରପଗଡ ହୋଇଛି । ୨୪ ଘାଂଟାରେ କୋଟିଏ ଟଙ୍କାରୁ ଅଧିକ ଫାଇନ୍ ଆଦାୟ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩,୮୭୦ ଜଣଙ୍କ ନାଁ ଚାଲାଣ କଟାଯାଇଛି ।
୩ ଜଣ ବସି ବାଇକ୍ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି । ସେହିପରି ମୋବାଇଲରେ କଥା ହେଉଥିବା ବେଳେ ୪୮ଜଣଙ୍କୁ ପୋଳିସ ଧରିଛି । ଅନ୍ୟପଟେ ବିନା ହେଲମେଟ୍ରେ ୧୮୩୧ ଜଣ, ଦ୍ରୁତ ଗାଡି ଚାଳନା ପାଇଁ ୨୭୭ ଜଣ, ମଦ ପିଇ ଗାଡି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ୍ ବେଲ୍ଟରେ ଗାଡି ଚଳାଉଥିବା ୩୪୯ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛି । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରିଛି ।
ଆର୍ଟିଓ ୧,୭୫୮ ଜଣଙ୍କଠାରୁ ୮୮ ଲକ୍ଷ ଟଙ୍କା ଆଦାୟ କରିଛି । ସେହିପରି ପୋଲିସ ୨,୧୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଆଦାୟ କରିଛି । ଅନ୍ୟପଟେ ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ସିଜ୍ କରାଯାଇଛି । ଉଭୟ ଗାଡି ନାଁରେ ୫୧ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ ।
BREAKING NEWS
- ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ
- ୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
- ପଥର ଖାଦାନରେ ଚାପି ହୋଇ ଶ୍ରମିକ ମୃତ
- ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା
- ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ: କାର୍ଯ୍ୟକ୍ରମ ସ୍ଥାନ ହେବ ‘ନୋ ଫ୍ଲାଇଙ୍ଗ୍ ଜୋନ୍’
- ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ
- ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର
- ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା: ଫ୍ଲାଏ ଆଶ ପରିଚାଳନା ପାଇଁ ଆସିବ ଏସଓପି
- ଆଇପିଏଲ ନିଲାମରେ ରେକର୍ଡ କଲେ ଜୟଦେବ ଉନାଡକଟ
- ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ , ଜାରି ହେଲା ଟୋଲ୍ ଫ୍ରି ନମ୍ବର
Comments are closed.