Latest Odisha News

BREAKING NEWS

ରାଜ୍ୟରେ ନୂଆବର୍ଷରୁ ପୁଣି ଟ୍ରାଫିକ୍ ଧରପଗଡ଼ ଜୋରଦାର

ଭୁବନେଶ୍ୱର: ବେପରୁଆ ଗାଡ଼ି ଚାଳକ ସାବଧାନ । କୋଭିଡ ପାଇଁ କୋହଳ ଥିବା ଟ୍ରାଫିକ୍‌ ଯାଞ୍ଚ ପୁଣି କଡ଼ାକଡ଼ି ହେବ । ନୂଆବର୍ଷରୁ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ହେବ ଟ୍ରାଫିକ୍ ଚେକିଂ । ଧରାପଡିଲେ ଗଣିବେ ମୋଟା ଅଙ୍କର ଜରିମାନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ୟ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ କମିଟିର ନିର୍ଦ୍ଦେଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସରେ ନୂଆ ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ । ତାପରେ ନମାନିଲେ ଆକ୍ସନ ।
ବାଇକ୍‌ରେ ୨ ଜଣ ଯାକ ଆରୋହୀ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପଛରେ ବସିଥିବା ବ୍ୟକ୍ତି ଏଣିତି ହେଲମେଟ୍ ନପିନ୍ଧିଲେ ଚାଲକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ।

Leave A Reply

Your email address will not be published.