Latest Odisha News

BREAKING NEWS

ଅଜୟଙ୍କ ପାଇଁ ରାତିସାରା ରାସ୍ତାକଡରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: କେବେ କେମିତ ବଲିଉଡ ସେଲିବ୍ରିଟିଙ୍କ ପୁରୁଣା ଘଟଣା ସାମ୍ନାକୁ ଆସିଥାଏ । ଏହି ସମସ୍ତ ଘଟଣା ଲୋକଙ୍କୁ ଉଭୟ ମାତ୍ରାରେ ମନୋରଂଜନର ଖୋରାକ ଯେଗାଇବା ସହ କିଛି ଶିକ୍ଷା ବି ଦେଇଥାଏ । ଏହି ଧାରାରେ ସାମିଲ ହୋଇଛି ଅଜୟ ଦେବଗନ ଓ ଅଭିଷେକ ବଚ୍ଚନଙ୍କ ଏକ ଅଭୁଲା ସ୍ମୃତି । ଦୁହେଁ ବେଶ ଭଲ ବନ୍ଧୁ ହୋଇଥିଲେ ବି ଅଭିଷେକ କିନ୍ତୁ ଅଜୟଙ୍କ ପାଇଁ ଦିନେ ରାସ୍ତାକଡରେ ରାତିସାରା ଶୋଇବାକୁ ବାଧ୍ୟ ହୋଇଥିଲେ ।

ଫିଲ୍ମ ମେଜର ସାହାବର ସୁଟିଂ ସମୟର କଥା । ସେତେବେଳେ ଅଭିନେତା ନୁହେଁ ବରଂ ପ୍ରଡକ୍ସନ ବୟ ଭାବେ ଅଭିଷେକ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଡକ୍ସନ ବିଷୟରେ ଏତେଟା ଜ୍ଞାନ ନଥିଲେ ବି ତାଙ୍କୁ ଅଜୟଙ୍କୁ ଏୟାରପୋର୍ଟରୁ ଆଣି ହୋଟେଲରେ ରଖିବାକୁ ଦାୟିତ୍ୱ ମିଳିଥିଲା । ଏହି କାମକୁ ଅଭିଷେକ ବେଶ ଭଲ ଭାବେ ତୁଲାଇଥିଲେ ବି ଏହା ବଦଳରେ ତାଙ୍କୁ ରାସ୍ତାକଡରେ ଶୋଇବାକୁ ପଡିଥିଲା ।

ଏକ ରିୟାଲିଟି ସୋ’ରେ ଅଭିଷେକ ଏହି ସମସ୍ତ ଘଟଣାକୁ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ । ଅଷ୍ଟ୍ରେଲିଆରେ ସୁଟିଂ ଚାଲିଥିଲାବେଳେ ସେ ଅଜୟଙ୍କୁ ଏୟାରପୋର୍ଟ ରିସିଭ କରିବାକୁ ଯାଇଥିଲେ । ହେଲେ ସାଥିରେ ଗାଡି ନେବାକୁ ଭୁଲିଯାଇଥିଲେ । ଅଥଚ କୌଣସି ମତେ ସେ ଟ୍ୟାକ୍ସି ଜରିଆରେ ଅଜୟଙ୍କୁ ହୋଟେଲକୁ ନେବାରେ ସଫଳ ହୋଇଥିଲେ । ହେଲେ ହୋଟେଲ ପହଂଚିବା ପରେ ସବୁଠୁ ବଡ ସମସ୍ୟା ସାମ୍ନାକୁ ଆସିଥିଲା ।

ହୋଟେଲରେ ପହଂଚିବା ପରେ ଅଭିଷେକଙ୍କ ମନେପଡିଥିଲା ଯେ, ସେ ରୁମ୍ ବୁକ୍ କରିବାକୁ ହିଁ ଭୁଲିଯାଇଥିଲେ । ତେବେ ପାଖରେ ଟଙ୍କା ନଥିବାରୁ ସେ ଅନ୍ୟ ଏକ ରୁମ ବି ବୁକ୍ କରିବାକୁ ଚିନ୍ତା କରିନଥିଲେ । କିଛି ନ ଭାବି ସେ ନିଜ ରୁମରୁ ସମସ୍ତ ଆସବାବପତ୍ର ବାହାର କରି ଅଜୟଙ୍କୁ ରହିବାକୁ କହିଥିଲେ । ଯାହାପରେ ସେ ରାସ୍ତାକଡରେ ଶୋଇବାକୁ ବାଧ୍ୟ ହୋଇଥିଲେ । ଲଜ୍ଜାବୋଧ କରି ନିଜ ସହ ଘଟିଥିବା ଘଟଣାକୁ ସେ ସେହି ସମୟରେ ଅଜୟଙ୍କୁ ଜଣାଇନଥିଲେ ।

Leave A Reply

Your email address will not be published.