Latest Odisha News

BREAKING NEWS

Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ଭୂକମ୍ପରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୨ ରହିଥିବା ରେକର୍ଡ କରାଯାଇଛି । ଭାରତର ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ର ତଥ୍ୟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୦ କିଲୋମିଟର ଗଭୀରରେ ରହିଥିଲା ।

ସୁମାତ୍ରା ଅଞ୍ଚଳରେ ହୋଇଥିବା ଏହି ଶକ୍ତିଶାଳୀ କମ୍ପନ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଭୟରେ ଅନେକ ଲୋକ ଘରୁ ବାହାରକୁ ପଳାଇ ଆସିଥିଲେ । ଇଣ୍ଡୋନେସିଆ “ରିଙ୍ଗ୍ ଅଫ୍ ଫାୟାର୍” ଅଞ୍ଚଳରେ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଅନୁଭୂତ ହୋଇଥାଏ । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି ଯେ, ଏହି ଭୂମିକମ୍ପ ପରେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ । ସେହିପରି ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ପ୍ରକାରର ପ୍ରାଣହାନି କିମ୍ବା ବଡ଼ ଧରଣର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ ।

Leave A Reply

Your email address will not be published.