Latest Odisha News

BREAKING NEWS

କମିଶନରେଟ୍ ପୋଲିସର ହେବ ନବକଳେବର, ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର। ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ। ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା। ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି। ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ।

କ୍ରାଇମ୍ ଡ୍ୟୁଟିରେ ଥିବା ପୋଲିସ ବୁଝିବେନି ଆଇନଶୃଙ୍ଖଳା ସ୍ଥିତି ଏବଂ VVIP ଡ୍ୟୁଟି। ‘ବାଇ-ଲ’ ଅନୁସାରେ ଅପରାଧ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପରସ୍ପରଠୁ ସଂପୂର୍ଣ୍ଣ ଅଲଗା କରିବାକୁ ଇଏ ହେଉଛି ପୋଲିସ୍ ଡିଜିଙ୍କୁ କଟକ-ଭୁବନେଶ୍ବର ପୋଲିସ କମିଶନରେଟର ପ୍ରସ୍ତାବ । ଏହା ଅନୁସାରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାକୁ ଦୁଇଭାଗ କରାଯିବ। ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ । ପ୍ରତି ପୋଲିସ୍ ଜିଲ୍ଲା ଦାୟିତ୍ବରେ ରହିବେ ଜଣେ ଲେଖାଏଁ ଡିସିପି ଏବଂ ରହିବ ୩ଟି ଲେଖାଏଁ ଜୋନ୍ । ଭୁବନେଶ୍ବର ଇଷ୍ଟ୍ ପୋଲିସ୍ ଜିଲ୍ଲା ଅଧିନରେ କ୍ୟାପିଟାଲ, ଶ୍ରୀ ଲିଙ୍ଗରାଜ ଓ ଇଷ୍ଟର୍ଣ୍ଣ ଜୋନ୍ ପାଇଁ ପ୍ରସ୍ତାବ ରହିଥିବା ବେଳେ ଭୁବନେଶ୍ବର ୱେଷ୍ଟ ପୋଲିସ୍ ଜିଲ୍ଲା ଅଧିନରେ ଆଉ ତିନିଟି ଜୋନ୍ ଖଣ୍ଡଗିରି, ମୈତ୍ରୀବିହାର ଓ ନନ୍ଦନକାନନ ଜୋନ୍ ରହିବ ।

ପ୍ରତି ୟୁପିଡିରେ ୩ଟି ଜୋନ୍ ରହିବ। ଭୁବନେଶ୍ବର ପୂର୍ବ ୟୁପିଡିରେ ଜୋନ୍-୧, ଜୋନ୍-୨ ଓ ଜୋନ୍-୪ ରହିବ। ପଶ୍ଚିମ ୟୁପିଡିରେ ଜୋନ୍-୩, ଜୋନ-୫ ଓ ଜୋନ୍-୬ ରଖାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗୃହ ବିଭାଗ ଅନୁମୋଦନକୁ ଅପେକ୍ଷା କରାଯାଇଛି।

ତଥ୍ୟ ଅନୁସାରେ ୨୦୦୮ରେ ଯେତେବେଳେ କଟକ-ଭୁନେଶ୍ବର ପୋଲିସ କମିଶନରେଟ ଗଠନ ହେଲା ସେତେବେଳେ ରାଜଧାନୀର ଜନସଂଖ୍ୟା ଥିଲା ୧୨ ଲକ୍ଷ ୬୬ ହଜାର ୩୪୦। ୨୦୨୪ ସୁଦ୍ଧା ଭୁବନେଶ୍ବର ଲୋକସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇ ୨୭ଲକ୍ଷ ୬୪ହଜାର ୪୮୮ରେ ପହଞ୍ଚିଛି। ଦିନକୁ ଦିନ ସହରରେ ବଢୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ।

 

Comments are closed.