Latest Odisha News

BREAKING NEWS

ଫ୍ଲାଏଓଭରରେ ଟ୍ରାଫିକ ଜାମ୍, ଗାଡି଼ ଛାଡି ଚାଲିଚାଲି ଘରକୁ ଗଲେ ଲୋକେ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ହେତୁ ବୁଧବାର ରାତିରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଲୋକମାନେ ଅନେକ ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସି ରହି ନୟାନ୍ତ ହୋଇପଡିଥିଲେ।

ତେବେ ବେଙ୍ଗାଲୁରୁକୁ ତାମିଲନାଡୁକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ବେଙ୍ଗାଲୁରୁର ଏହି ଟ୍ରାଫିକ୍ ଜାମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ରାସ୍ତାରେ ଗାଡି ଛାଡି ଘରକୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ରାସ୍ତାରେ ପାଣି ଜମା ହେଉଥିବାରୁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଫ୍ଲାଏ ଓଭରର ଏକ ଅଂଶ ବନ୍ଦ କରିଦେଇଥିଲା। ଯାହାପରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଥିଲା।

Leave A Reply

Your email address will not be published.