Latest Odisha News

BREAKING NEWS

୩ ମାସ ପରେ ସ୍ୱଦେଶ ଫେରିବେ ବିଶ୍ୱ ଚାମ୍ପିୟନ ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଷ୍ଟାର ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ ଜର୍ମାନୀରେ ଫସି ରହିଥିଲେ । ୩ ମାସ ପରେ ସ୍ଥିତି ସାଧାରଣ ହେବାକୁ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି । ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଶୁକ୍ରବାର ରାତିରୁ ଫ୍ରେଙ୍କଫର୍ଟ ଏୟାର ଇଣ୍ଡିଆରେ ବିମାନ(ଏ୧-୧୨୦)ରେ ବସିଛନ୍ତି ଏବଂ ଶନିବାର ନୂଆଦିଲ୍ଲୀ ଦେଇ ବାଙ୍ଗାଲୋରରେ ପହଂଚିବେ ବୋଲି ତାଙ୍କ ପତ୍ନୀ ଅରୁଣା କହିଛନ୍ତି ।

BjdElectrycity

କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁସାରେ ସେ ୧୪ ଦିନ ଆଇସୋଲେଶନରେ ରହିବେ । ଏହା ପରେ ସେ ଚେନ୍ନାଇ ପ୍ରତ୍ୟାବର୍ତନ କରିବେ । ବୁନ୍ଦେସଲିଗା ଚେସ୍ ଲିଗ୍ ଖେଳିବାକୁ ଯାଇଥିବା ବେଳେ କରୋନା ଭାଇରସ ତାର ପ୍ରକୋପ ଦେଖାଇଥିଲା । ସବୁ ଆଡେ ଲକଡାଉନ କରାଯାଇଥିବାରୁ ସେ ଦେଶକୁ ଫେରି ପାରି ନ ଥିଲେ ।

Leave A Reply

Your email address will not be published.