Latest Odisha News

BREAKING NEWS

ଭକ୍ତଙ୍କୁ ବଡଦାଣ୍ଡ ମନା, ବିନା ଭକ୍ତରେ ହେବ ରଥଯାତ୍ରା

ପୁରୀ: କରୋନା କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଉଁ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥଯାତ୍ରା ନେଇ ସ୍ପଷ୍ଟ ହୋଇଛି । ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ସୀମିତ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ହିଁ ରଥଯାତ୍ରା ସମ୍ପନ୍ନ ହୋଇପାରିବ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି।ଶ୍ରୀମନ୍ଦିର ଭିତରେ ହିଁ ସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀଙ୍କୁ ଅନୁମତି ଦିଆଯିବ । ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ରାଜ୍ୟ ସରକାର ଅନୁମତି ଦେବେ ତେବେ ରଥଯାତ୍ରା ହୋଇପାରିବ । କିନ୍ତୁ ଦର୍ଶକ ମାନେ ବା ଶ୍ରଦ୍ଧାଳୁ ମାନେ କିପରି ପୁରୀକୁ ନ ଆସିବେ ତାହାର ବ୍ୟବସ୍ଥା ସରକାର କରିବେ । ତା ହେଲେ ଯାଇ ରଥଯାତ୍ରା ହୋଇପାରିବ ବୋଲି ଗଜପତି କହିଛନ୍ତି ।

ଲକଡାଉନର ନୂଆ ନିୟମକୁ ଦେଖି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଯାହା ଅନୁମତି ନେବେ ତାକୁ ପରିଚାଳନା କମିଟି ମାନିବ । ଲକ ଡ଼ାଉନ ନିୟମ ପରିବର୍ତ୍ତନ ହେଲେ ବି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ବିଧିକୁ ବନ୍ଦ କରାଯାଇପାରିବ ନାହିଁ । ସାରା ବିଶ୍ୱବାସୀ ରଥଯାତ୍ରା ଦେଖିବା ଲାଗି ପୁରୀକୁ ଆସନ୍ତି ନାହିଁ। ବହୁତ ଲୋକ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିଥାନ୍ତି। ଏଥର କୋଭିଡ୍‌ କଟକଣା ଥିବାରୁ ସମସ୍ତ ଭକ୍ତ ଘରେ ବସି ମହାପ୍ରଭୁଙ୍କ ଯାତ୍ରାର ସିଧାପ୍ରସାରଣ ଦେଖିପାରିବେ। ଏଥିପାଇଁ ସରକାର ବ୍ୟବସ୍ଥା କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜା।

ଏହି ବୈଠକରେ ସ୍ନାନ ଯାତ୍ରା ସହ ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବିନା ଭକ୍ତରେ ଏବଂ କୋଭିଡ୍ କଟକଣା ଭିତରେ ବିଧି ରକ୍ଷା ପାଇଁ ରଥଯାତ୍ରା ଆୟୋଜନ କରିବାକୁ ଶ୍ରୀମନ୍ଦିରି ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।

Leave A Reply

Your email address will not be published.