ନୂଆଦିଲ୍ଲୀ: ୮ ଦିନ ପାଇଁ ଯାଇ ୯ ମାସ ହେଲାଣି ମହାକାଶରେ ଜୀବନ ବିତାଉଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର । କୁହାଯାଉଥିଲା ଫେବୃଆରୀ ଶେଷକୁ ସେମାନେ ପୃଥିବୀ ଫେରିବେ । ହେଲେ ଏବେ ଖବର ସାମ୍ନାକୁ ଆସିଛି, ଏପ୍ରିଲ୍ ଆଡକୁ ସେମାନେ ପୃଥିବୀ ଫେରିପାରନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଏପର୍ଯ୍ୟନ୍ତ ଦିଆଯାଇନାହିଁ । ଅର୍ଥାତ୍ ସେମାନେ ଏପ୍ରିଲରେ ହିଁ ଆସିବେ ନା ଆହୁରି ବିଳମ୍ବ ହେବ ସେନେଇ କିଛି ସ୍ପଷ୍ଟତା ନାହିଁ ।
ଯାହାକୁ ନେଇ ଏବେ ସୁନୀତା ଏବଂ ତାଙ୍କ ସାଥିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମାସ ମାସ ଧରି ମହାକାଶରେ ଫସି ରହିଥିବା ନାସାର ମହାକାଶଚାରୀମାନେ ଏବେ ଧିରେ ଧିରେ ସେମାନେ ଅତିଷ୍ଟ ହେଲେଣି । ଏହାକୁ ନେଇ ସୁନୀତା କହିଛନ୍ତି, ମୁଁ କହିବି ଯେ ଆମେ ବର୍ତ୍ତମାନ ପ୍ରକୃତରେ ଆମର ଶ୍ରେଷ୍ଠ ଅବସ୍ଥାରେ ଅଛୁ ।ଏଭଳି ସ୍ଥିତିରେ କୁଇଟ କରିବାର ପ୍ରଶ୍ନ ହିଁ ଉଠୁନାହିଁ । ଏହା ତାର ସମୟ ମଧ୍ୟ ନୁହେଁ । କିନ୍ତୁ ମୁଁ ଭାବୁଛି, ଏଠି ସବୁଠୁ କଷ୍ଟକର ସମୟ ହେଉଛି, କେବେ ଆମେ ପୃଥିବୀକୁ ଫେରିବୁ. ସେନେଇ କିଛି ସ୍ପଷ୍ଟତା ନଥିବା । ମୁଁ ଭାବୁଛି ସେହି ସମସ୍ତ ଅନିଶ୍ଚିତତା ସମ୍ଭବତଃ ସବୁଠାରୁ କଷ୍ଟକର ଅଂଶ ବୋଲି କହିଛନ୍ତି ସୁନୀତା । ଏଥିସହିତ ପରିବାର ଠାରୁ ଦୂରରେ ରହିବାକୁ ମଧ୍ୟ କଷ୍ଟକର ବୋଲି ସେ କହିଛନ୍ତି । ଯଦିଓ ସେଠି ରହିବା ତାଙ୍କ ପାଇଁ କଷ୍ଟସାଧ୍ୟ, ତଥାପି ୱିଲିୟମ୍ସ ଏବଂ ୱିଲମୋର କକ୍ଷପଥରେ ସେମାନଙ୍କର ଦୀର୍ଘ ରହଣି ବିଷୟରେ ଚିନ୍ତାକୁ ନେଇ ଧିରେ ଧିରେ ନରମାଲ ହେବାକୁ ଲାଗିଲେଣି । କିନ୍ତୁ ଏହା ସେମାନଙ୍କ ଘରେ ରହିଥିବା ଲୋକଙ୍କ ଉପରେ ପ୍ରଭାବ ପକାଇଛି ।
ସୁନୀତା ଓ ୱିଲମୋର ୮ ଦିନିଆ ମିଶନରେ ଗତବର୍ଷ ଜୁନ ୫ରେ ବାହାରିଥିଲେ। ଉଭୟ ଜୁନ ୧୩ରେ ଫେରିବାର ଥିଲା। କିନ୍ତୁ ସେମାନେ ଯାଇଥିବା ବୋଇଂର ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଉଭୟ ସେହି ଠାରେ ହିଁ ଫସି ରହିଛନ୍ତି। ଏହାପରେ ସୁନୀତା ଓ ୱିଲମୋରଙ୍କୁ ଆଣିବା ପାଇଁ ନାସା ପକ୍ଷରୁ ସ୍ପେଶ ଏକ୍ସ କ୍ରୁ-୧୦ ମିଶନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ମିଶନ ଫେବୃଆରୀ ୨୦୨୫ରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଫେବୃଆରୀ ଯାଇ ମାର୍ଚ୍ଚ ଆରମ୍ଭ ହେଲାଣି, କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରୁ ଘରକୁ ଫେରିପାରନ୍ତି । ଅର୍ଥାତ ମିଶନ ଆରମ୍ଭର ପ୍ରାୟ ୧୦ ମାସ ପରେ ସେମାନେ ଘରକୁ ଫେରିବେ ।
Comments are closed.