ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ସେହି କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ନାୟକ। ତାଙ୍କୁ ପୋଲିସ ଗିରଫ କରିସାରିଛି। ତେବେ ଛାତ୍ର ବିଜୁ ଛାତ୍ର ଜନତା ଦଳ ତରଫରୁ ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସର କମିଟିର ସଂଯୋଜକ ଥିଲେ ଅଭିଷେକ। ଏହି କଥା ପଦାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଦଳକୁ ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନା କରାଯାଇଥିଲା। ସବୁଆଡ଼ୁ ନିନ୍ଦିତା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏନେଇ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଏଥିରେ ବୁଧବାର(୧୬ ତାରିଖ) ଲେଖା ହୋଇଛି। ମଙ୍ଗଳବାର ଛାତ୍ରୀଙ୍କୁ ଅସଦାଚରଣ ନେଇ ଘଟଣା ସାମ୍ନାକୁ ଆସିଥିଲା। ସମାଲୋଚନାର ବର୍ତ୍ତିବା ପାଇଁ ନିଲମ୍ବନ ଆଦେଶରେ ପିଛିଲା ତାରିଖ ଲେଖା ଯାଇଥିବା ନେଇ ଆଲୋଚନା ହେଉଛି। ଅନ୍ୟପଟେ ବ୍ରହ୍ମପୁର ମହାନଗର ଛାତ୍ର ଜନତା ଦଳ ତରଫରୁ କଲେଜର ଅଧ୍ୟକ୍ଷ ଏବଂ ବ୍ରହ୍ମପୁର ଏସ୍ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସଭାପତି ସୋଭନ ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
BREAKING NEWS
- ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍ଓସି
- ଗ୍ରିନଲାଣ୍ଡ ପହଞ୍ଚିଲେ ୟୁରୋପୀୟ ସୈନିକ, ବଢିଲା ସୁରକ୍ଷା ଚିନ୍ତା
- ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ
- Cold Wave: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ, ଥରିବ ଏସବୁ ଜିଲ୍ଲା
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
Comments are closed.