Latest Odisha News

୫ ମାସ ତଳେ ମନରେଗା ଯୋଜନାରେ ଟଙ୍କା ଉଠିଛି, ଏବେ ମେସିନ୍ ଖୋଳୁଛି ପୋଖରି !

ନୂଆପଡ଼ା: କାଗଜ କହୁଛି କାମ ହୋଇଛି ୫ ମାସ ତଳୁ । କିନ୍ତୁ ଏବେ ମେସିନ୍ ଲଗାଇ ଖୋଳା ଚାଲିଛି ପୋଖରି । ତରବରିଆ ଭାବେ ଦୋଷ ଘୋଡ଼ାଇବାକୁ ଚାଲିଛି ତାଳିପକା ଉଦ୍ୟମ । ଅନିୟମିତତାର ଏ ଅଭିଯୋଗ ଆସିଛି ନୂଆପଡ଼ାରୁ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ହେଉଥିବା ଫାର୍ମ ଫଣ୍ଡ କାମ ନ ହୋଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମେ ମାସରେ ମନରେଗାରେ କାମ ହୋଇଥିବା ଏବଂ ଏଥିଲାଗି ଶ୍ରମିକଙ୍କୁ ପାରିଶ୍ରମିକ ବି ଦିଆଯାଇଛି । କିନ୍ତୁ ସୂଚନା ଅଧିକାର କର୍ମୀ ତଥ୍ୟ ମାଗିବା ପରେ ଅଧିକାରୀ ଦିନ ଗଡ଼ାଇବା ସହ ତରବରିଆ ମେସିନ୍ ଲଗାଇ ପୋଖରି ଖୋଳା ଯାଉଥିବା ଅଭିଯୋଗ ହୋଇଛି ।

ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ଚଚରାଭଟା ଗାଁ ସହ ୨୦୨୦-୨୧ ଆର୍ଥିକ ବର୍ଷରେ ୨୨ଟି ମୋ ପୋଖରୀ କାର୍ଯ୍ୟ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା । ତେବେ ସେଥି ମଧ୍ୟରୁ ୩ଟି ପୋଖରୀ କର୍ଯ୍ୟ ନ ହୋଇ ଜୁନ୍ ମାସରୁ ବିଲ୍ କରାଯାଇ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମନରେଗା ଶ୍ରମିକଙ୍କ ଆକାଉଣ୍ଟରେ ବି ଟଙ୍କା ଜମା ହୋଇଛି । ସୂଚନା ଅଧିକାରୀ କର୍ମୀ ପ୍ରକଳ୍ପ ତଥ୍ୟ ମାଗିବା ପରେ ଏବେ ତରବରିଆ ଭାବେ ମେସିନ୍ ଲଗାଇ କାମ ଚାଲିଛି । ଏନେଇ ପଚାରିବାରୁ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ତଦନ୍ତ ପରେ କହି ହେବ କଣ ହୋଇଛି ।

ଦାଦନ ପ୍ରବଣ ନୂଆପଡ଼ା ଜିଲ୍ଲାରେ ସରକାର ମନରେଗାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅଥଚ ଅଧିକାରୀ ହୋଇ ନଥିବା କାମ ଉପରେ କିଭଳି ବିଲ୍ ପାସ୍ କଲେ ତାହା ସମସ୍ତଙ୍କୁ ଚକିତ କରିଛି । ଫାର୍ମ ପଣ୍ଡ ଖୋଳା ଅନିୟମିତତାର ତଦନ୍ତ କରି କି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ । ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.