Latest Odisha News

BREAKING NEWS

ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣ । ଏଥିରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ଭୋର ୪ଟାରେ ସୁଇପର କାମ କରିବା ପାଇଁ ଯିବା ସମୟରେ ବାର୍‌ହା ଆକ୍ରମଣ କରିଥିଲା । ସ୍ୱର୍ଗଦ୍ୱାର ଅଞ୍ଚଳର ଭାରତ ସେବାଶ୍ରମ ସ୍କୁଲ ନିକଟରେ ଆକ୍ରମଣ କରିଥିଲା ବାରହା । ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ବ୍ରହ୍ମଗିରି ଜଙ୍ଗଲ ପଟରୁ ବାରହା ପୁରୀକୁ ଆସୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.