Latest Odisha News

BREAKING NEWS

ଶିଖର ଧାୱନ ଓ ଆୟଶାଙ୍କ ଛାଡପତ୍ରକୁ ମଂଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଫ୍ୟାମିଲି କୋର୍ଟ କ୍ରିକେଟର ଶିଖର ଧାୱନ ଓ ଆୟଶା ମୂର୍ଖାଜୀଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଶିଖରଙ୍କ ପ୍ରତି ଆୟଶା ମାନସିକ କ୍ରୁରତା ବ୍ୟବହାର କରିଛନ୍ତି । ଧାୱନଙ୍କ ଅଭିଯୋଗକୁ ବିରୋଧ କରି ଆୟଶା କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କୋର୍ଟ କହିଛନ୍ତି । ତେବେ କୋର୍ଟ ପୁଅକୁ ନେଇ କୌଣସି ନିଷ୍ପତିର ଶୁଣାଣୀ କରି ନାହାନ୍ତି । ଶିଖର ଜଣେ ଆନ୍ତର୍ଜାତୀୟ ଖେଳାଳି । ସେ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ଯଦି ସେ ଭାରତ ସରକାରଙ୍କ ନିକଟରୁ କୌଣସି ପ୍ରକାରର ସାହାଯ୍ୟ ଆଶା କରୁଛନ୍ତି ତାହା ଅଣଦେଖା କରିହେବ ନାହିଁ । ଅଷ୍ଟ୍ରେଲିଆ ସରକାର ମଧ୍ୟ ଏ ନେଇ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଆୟଶା ଭାରତୀୟ ବଂଶୋଦ୍ଭବ । ସେ ଜଣେ ଆନ୍ତର୍ଜାତୀୟସ୍ତରର କିକ ବକ୍ସର ।

BjdElectrycity

ଶିଖରଙ୍କ ପୂର୍ବରୁ ସେ ଆଉ ଜଣଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୨ଟି ଝିଅ ଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଉଭୟ ପରସ୍ପରର ନିକଟତର ହୋଇଥିଲେ । ହରଭଜନ ସିଂଙ୍କ ସେମାନଙ୍କ ସମ୍ପର୍କ ଯୋଡିଥିଲେ । ୨୦୧୨ରେ ଉଭୟ ବିବାହ କରିଥିଲେ । ସେମାନଙ୍କ ଜୋରାଭର ନାମକ ପୁତ୍ର ସନ୍ତାନ ରହିଛି । ୧୦ ବର୍ଷ ବଡ ଝିଅକୁ ବିବାହ କରିବା ନେଇ ଶିଖରଙ୍କୁ ଘର ଲୋକ ବିରୋଧ କରିଥିଲେ । ବିବାହର ୯ ବର୍ଷ ପରେ ଉଭୟ ଅଲଗା ହୋଇ ଯାଇଥିଲେ ।

Leave A Reply

Your email address will not be published.