ନ୍ୟୁୟର୍କ: ସାଧାରଣତଃ ଡିଗ୍ରୀ ହାସଲ ଗ୍ରହଣ କରିବା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ବେଶୀ ଉତ୍ସାହିତ ହୋଇପଡ଼ନ୍ତି । ଏଥିରେ କିଛି ନୂଆ କଥା ନାହିଁ । କିନ୍ତୁ ଆମେରିକାର ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ଡିଗ୍ରୀ ଗ୍ରହଣ କରିବା ପାଇଁ ମଞ୍ଚଉପରକୁ ଯିବା ସମୟରେ ଖୁସିରେ ଟିକେ ହସିଦେବା ସହ ନାଚି ଦେଇଥିଲେ । ଏହା ଦେଖି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ତାଙ୍କୁ ଡ଼ିଗ୍ରୀ ଦେବା ପାଇଁ ରୋକଠୋକ୍ ମନା କରିଦେଇଥିଲେ । ଏ ସମ୍ପର୍କିତ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।
ଆମେରିକାର ଫିଲାଡେଲଫିଆର ଏକ ଶିକ୍ଷାନୁଷ୍ଠାନରେ ଗତ ୯ ରେ ସ୍ନାତକୋତ୍ତର ଶେଷ କରିଥିବା ଛାତ୍ରୀମାନଙ୍କ ପାଇଁ ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଇଥିଲା । ଡିଗ୍ରୀ ଗ୍ରହଣ କରିବା ସମୟରେ ଅଧିକ ଉତ୍ସାହ ନ ଦେଖାଇବାକୁ ଶିକ୍ଷାନୁଷ୍ଠାନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୋରରେ ଚିଲାଇବା କିମ୍ବା ତାଳି ମାରିବାକୁ ବି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ଏହି ସମୟରେ ଅବଦୁଲ ରହମାନ ନାମକ ଜଣେ ଛାତ୍ରୀଙ୍କ ନାମ ଡକାଯାଇଥିଲା । ସେ ଶିକ୍ଷାନୁଷ୍ଠାନର ନିୟମ ଜାଣିଥିଲେ ମଧ୍ୟ ନିଜକୁ ରୋକି ନ ପାରି ଡିଗ୍ରୀ ହାସଲ କରିବାକୁ ଯିବା ସମୟରେ ଖୁସିରେ ହସିବା ସହ ଟିକେ ନାଚି ଦେଇଥିଲେ । ଏହାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପସନ୍ଦ କରି ନ ଥିଲେ । ପରେ ତାଙ୍କୁ ଡିଗ୍ରୀ ଦେବାକୁ ମନା କରିବା ସହ ତୁରନ୍ତ ମଞ୍ଚ ଛାଡିବାକୁ କୁହାଯାଇଥିଲା ।
ପ୍ରିନ୍ସିପାଲଙ୍କ ଏପରି ଆଚରଣ ଦେଖି ଛାତ୍ରୀ ଜଣକ ବିରକ୍ତ ହୋଇଯାଇଥିଲେ । ଏଥିପାଇଁ ମୁଁ ପ୍ରକୃତରେ ଲଜ୍ଜିତ ଅନୁଭବ କରିଥିଲି ବୋଲି । ହେଲେ ପ୍ରିନ୍ସିପାଲ ତାଙ୍କର କୌଣସି କଥାକୁ ଗୁରୁତ୍ୱ ଦେଇ ନ ଥିଲେ । ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଆମେ କୌଣସି ପ୍ରକାରର ଖୁସିକୁ ବରଦାସ୍ତ କରିପାରିବୁ ନାହିଁ । ଶିକ୍ଷାନୁଷ୍ଠାନର ଏକ ନିର୍ଦ୍ଦିଷ୍ଟ ଅନୁଶାସନ ଅଛି ଏବଂ ଏହାକୁ ବଜାୟ ରଖିବା ଉଚିତ୍ । ଯାହା ଘଟିଲା, ଆମେ ଏହାର ଅନୁସନ୍ଧାନ କରିବୁ ଏବଂ ଭବିଷ୍ୟତରେ ଏହା ଘଟିବ ନାହିଁ ବୋଲି ନିଶ୍ଚିତ କରିବାକୁ ଉଦ୍ୟମ କରାଯିବ ।
Comments are closed.