Latest Odisha News

BREAKING NEWS

ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା; ୨୦୦ ଫୁଟ ଉପରୁ ପହଣ୍ଡିରେ ଆସିଲେ ତିନି ଠାକୁୁର

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ପାଳିତ ହୋଇଯାଇଛି ରଥଯାତ୍ରା ।   କୋଟ ସମଲାଇର ଛଳିଆ ପାହଡର ଶ୍ରୀମନ୍ଦିରରୁ  ଘୋଷଯାତ୍ରା ବାହାରି ଥିଲେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ  । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ   ପହଣ୍ଡି ବିଜେ ହୋଇ ଆସିଥିଲେ ତିନି  ଠାକୁର  । ଆଗରେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର  ।

ହରିବୋଲ, ହୁଳୁ ହୁଳି, ଘଂଟ ଘଂଟା ଓ ସଂକୀର୍ତ୍ତନ, ଖୋଳ, ତାଳ, ଧ୍ୱନୀ ରେ ଉଛୁଳି ଉଠୁଛି ଏହି ପବିତ୍ର କ୍ଷେତ୍ର  । ଛଳିଆ ପାହାଡର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତ ମାନେ ପହଣ୍ଡିରେ ଆଣିଥିଲେ ତିନି ବିଗ୍ରହଙ୍କୁ । ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷତ୍ରରେ ।

ପ୍ରବଳ ଗରମ ଓ ଗୁଳୁଗୁଳିରେ  ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

Leave A Reply

Your email address will not be published.