Latest Odisha News

BREAKING NEWS

ଛାଡପତ୍ର ପରେ ଭରଣପୋଷଣ ପାଇଁ ପତ୍ନୀଙ୍କୁ ଦେଲେ ୭ଟି ବସ୍ତାରେ ୫୫ ହଜାର କଏନ

ଜୟପୁର:ଜୟପୁରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ କୋର୍ଟରେ ଏକ ଛାଡପତ୍ର ମାମଲାରେ ପତ୍ନୀଙ୍କୁ ଭରଣପୋଷଣ ପାଇଁ ବ୍ୟକ୍ତିଜଣଙ୍କ ୭ଟି ବସ୍ତାରେ ୫୫ ହଜାର କଏନ ପ୍ରଦାନ କରିଛନ୍ତି । ପତ୍ନୀ ଏଥିନେଇ ବିରକ୍ତ ହେବା ସହ ଏହା ମାନସିକ ଯନ୍ତ୍ରଣା ବୋଲି କହିଥିଲେ । ଜବାବରେ ପତି କୋର୍ଟରେ କହିଥିଲେ ଏହା ଭାରତର ବୈଧ ମୁଦ୍ରା । ଏହାକୁ ଦେବାରେ କଣ ଭୁଲ ରହିଲା ବୋଲି ପ୍ରଶ୍ନ କରିଥିଲେ । କୋର୍ଟ ଶେଷରେ ୧ ହଜାର ଟଙ୍କାର ମୁଦ୍ରାକୁ ଅଲଗା ଅଲଗା ବାନ୍ଧି ଦେବା ପାଇଁ କହିଥିଲେ । କେସର ପରବର୍ତୀ ଶୁଣାଣୀ ୨୬ ଜୁନରେ ହେବ । ଦଶରଥ କୁମାବତ ନାମକ ଯୁବକ ୧୦ ବର୍ଷ ତଳେ ସୀମାଙ୍କୁ ବିବାହ କରିଥିଲେ ।

ବାହାଘରର ୪ ବର୍ଷ ପରେ ଉଭୟଙ୍କ ମଧ୍ୟରେ ସର୍ବଦା ଅଶାନ୍ତି ଉପୁଜିବାରେ ଲାଗିଲା । ଶେଷରେ ଅତିଷ୍ଠ ହୋଇ ଦଶରଥ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । କୋର୍ଟର ଏହାର ଶୁଣାଣୀ କରିବା ସହ ପ୍ରତ୍ୟେକ ମାସରେ ୫ ହଜାର ଟଙ୍କା ଭରଣ ପୋଷଣ ନିମନ୍ତେ ଦେବା ପାଇଁ କହିଥିଲେ । ସେ ଏଗାର ମାସ ଧରି ନ ଦେବାରୁ ତାଙ୍କ ବିରୋଧରେ ୱାରେଂଟ ଜାରୀ ହୋଇଥିଲା । ବକେୟା ଅର୍ଥ ପ୍ରଦାନ କରିବା ପରେ ଦଶରଥଙ୍କୁ ଜାମିନ ମିଳିଥିଲା ।

Leave A Reply

Your email address will not be published.