Latest Odisha News

BREAKING NEWS

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ! ମେଡିକାଲରେ ଉତ୍ତେଜନା

ନୟାଗଡ଼: ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମରୁ ଏକ ମର୍ମନ୍ତୁଦ ଏବଂ ଉତ୍ତେଜନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଯୋଗୁଁ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୃତ ଛାତ୍ରୀଜଣକ ହେଲେ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରା। ସେ ଖଣ୍ଡପଡ଼ା କଲେଜରେ ଯୁକ୍ତ ତିନି ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ଦୁଇ ଦିନ ହେଲା ସେ ଭାରୀ ଜ୍ୱରରେ ଆକ୍ରାନ୍ତ ଥିଲେ।

ସୂଚନା ଅନୁସାରେ ସନ୍ତୋଷୀ ବେହେରା ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ରୀ ଅଟନ୍ତି। ଆଜି ସକାଳୁ କଲେଜ ଯିବାପାଇଁ ବାହୁରୁଥିବା ବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା। ପରିବାର ଲୋକେ ତୁରନ୍ତ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ କହିବାନୁଯାୟୀ, ମେଡିକାଲରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ମଲ୍ଲିକ ସନ୍ତୋଷୀଙ୍କୁ ଦେଖି ସାଲାଇନ୍ ଏବଂ ଏକ ଇଞ୍ଜେକସନ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା, ଇଞ୍ଜେକସନ ଦିଆଯିବାର କିଛି ସମୟ ପରେ ସନ୍ତୋଷୀଙ୍କ ଶରୀରରେ ଅତ୍ୟଧିକ ଜଳାପୋଡ଼ା ହୋଇଥିଲା ଏବଂ କିଛି କ୍ଷଣ ଭିତରେ ତାଙ୍କର ମୃତ୍ୟୁ ଘଟିଥିଲା।

ଛାତ୍ରୀଙ୍କର ମୃତ୍ୟୁ ହୋଇସାରିବା ପରେ ଡକ୍ଟର ଭୁବନେଶର ସ୍ଥାନାନ୍ତର କରିବା କଥା କହିଥିଲେ ବୋଲି ମୃତ ସନ୍ତୋଷୀଙ୍କ ବାପାଙ୍କୁ କହିଥିଲେ। ଯାହାକୁ ନେଇ ସନ୍ଦେହ ଆହୁରି ବଢ଼ିଯାଇଥିଲା । ଝିଅର ଏପରି ଅକାଳ ଏବଂ ସନ୍ଦେହଜନକ ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ଗୋଳାପୋଖରୀ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ସମ୍ପର୍କୀୟମାନେ ଧାଇଁଆସି ଭାପୁର ମେଡିକାଲ ପରିସରରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଛାତ୍ରୀଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଗ୍ରାମବାସୀ କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପରିସ୍ଥିତି ଅତି ଗମ୍ଭୀର ହେବାରୁ ଖବର ପାଇ ଫତେଗଡ଼ ଥାନା ଅଧିକାରୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

Comments are closed.