କଟକ: କଟକର ଏକ କେନାଲରେ ଗାଧୋଉଥିବା ବେଳେ ସୋମବାର ଦିନ ଜଣେ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ ଆଜି ଜଗତପୁର ନିକଟ ନନାକର ଗ୍ରାମର ୩ ଜଣ ଯୁବକ କେନ୍ଦ୍ରାପଡା କେନାଲରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ସୌଭାଗ୍ୟବଶତଃ ସ୍ଥାନୀୟ ବାସିନ୍ଦା ୨ଜଣଙ୍କୁ ଉଦ୍ଧାର କରିପାରିଥିଲା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ।
ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରୁଥିବା ସୂଚନା ମିଳିଛି ।
Comments are closed.