Latest Odisha News

BREAKING NEWS

ଯାତ୍ରୀବାହୀ ବସରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖାଲି ବସରେ ନୁହେଁ ଅନ୍ୟ କୌଣସି ପବ୍ଲିକ୍ ଟ୍ରାନସପୋର୍ଟରେ ମଧ୍ୟ ବାଣ ନ ନେବାକୁ କଡ଼ା ଚେତାବନୀ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡେପୁଟି ଫାୟାର ଅଫିସର ଅଫିସର ଅବନୀ ସ୍ୱାଇଁ ।

ଏନେଇ ସମସ୍ତ ବସ ମାଲିକକଙ୍କୁ ପୂର୍ବରୁ ସଚେତନ କରାଯାଇଛି । ଏବେ ଆଉଥରେ ସଚେତନ କରାଯିବ । ଦରକାର ପଡିଲେ ସମସ୍ତ ବସ କୁ କଡ଼ାକଡ଼ି ଭାବେ ଚେକ୍ ମଧ୍ୟ କରାଯିବ ବୋଲି କହିଛନ୍ତି ଡେପୁଟି ଫାୟାର ଅଫିସର ଅବନୀକାନ୍ତ ସ୍ବାଇଁ ।

ତେବେ ଗତ ରାତିରେ କୋଲକାତା ବସଟି ପାରାଦୀପ ଅଭିମୁଖେ ଆସୁଥିଲା । କୋଲକାତାଠାରୁ ୧୫୦ କିମି ଦୂର ଜାତୀୟ ରାଜପଥର ଖଡଗପୁର ଡେବ୍ରା ନିକଟରେ ଏହି ଏସି ବସଟି ଜଳି ଯାଇଥିଲା । ବସଟି ଶିବମ ଟ୍ରାଭେଲ୍ସର ସଦାନନ୍ଦ ବସ ବୋଲି ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଜଣା ନ ପଡିଥିଲେ ହେଁ ସର୍ଟ ସର୍କିଟ ଯୋଗୁ ହୋଇଥିବା କୁହାଯାଉଛି । ତେବେ ବସରେ ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.