ପୁରୀ : ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଅଷ୍ଟମ ଶ୍ରେଣୀର ଛାତ୍ର । ଓଲଟା ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ପୁରୀ ବାସେଳୀ ସାହିର ଛାତ୍ର ଆୟୁଷ ମହାପାତ୍ର । ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି |
ତାଙ୍କର ଏହି ଚିତ୍ର ଆଙ୍କିବାର ନିଶା ପିଲାବେଳୁ ରହିଥିବା ବେଳେ ଆଗକୁ ସେ ଏହି ଚିତ୍ରକଳା ମାଧ୍ୟମରେ ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି | ଅନ୍ୟପଟେ ପିଲାର ଏହି ବୟସରୁ ଏଭଳି ଚିତ୍ରକଳା ପ୍ରତି ଆଗ୍ରହ ନେଇ ତାଙ୍କ ପରିବାର ବେଶ ଖୁସିଥିବା ବେଳେ ଅଞ୍ଚଳରେ ଏହାକୁ ନେଇ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
କରୋନା କଟକଣା ତାଙ୍କୁ ଏହି ସୁଯୋଗ ଦେଇଥିଲା । ପୂର୍ବରୁ ସେ ଅଫଲାଇନରେ ନାଇଜେରିଆ ହାର୍ଟ ଫାଉଣ୍ଡେସନ ପକ୍ଷରୁ ଚମ୍ପିୟାନ ଓ ଆମେରିକାର ଅନର ଆୱାର୍ଡ ସହ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି। ଆଗାମୀ ଦିନରେ ନାଇଜେରିଆ ଗଟ ଟ୍ୟାଲେଣ୍ଟରେ ଭାଗ ନେବାକୁ ସେ ମନୋନୀତ ହୋଇଛନ୍ତି । ନାଇଜେରିଆ ଯିବା ପାଇଁ ଡ଼କରା ଆସିଥିଲେ ହେଁ ଅର୍ଥ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ।
କଳାକାର ତଥା ଚିତ୍ରକଳା ପରିବାରର ନହୋଇ ମଧ୍ୟ ଏଭଳି ଚିତ୍ର ଅଙ୍କନ କରି ସେ ଅନେକ ପୁରସ୍କାର ପାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ସହଯୋଗ ଯୋଗାଗଲେ ସେ ପୁରୀ ତଥା ରାଜ୍ୟ ପାଣି ଅଧିକ ଗୌରବ ଆଣିପାରିବେ ।
Comments are closed.