Latest Odisha News

ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା, ବିଏମସି ଅଫିସକୁ ଘେରଉ କଲା ବିଜେପି

ଭୁବନେଶ୍ୱର :ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା । ବିଏମସି ଅଫିସ ଘେରଉ କଲା ବିଜେପି । ବିଏମସି କୁ ଦାୟୀ କରି ବିଜେପି କର୍ମୀମାନେ ବିଏମସି ଅଫିସ  ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିଏମସି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ଦଳୀୟ କର୍ମୀମାନେ । ପୋଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଲାଗି ରହିଛି। । ରାଜଧାନୀରେ ଡ୍ରେନ୍ ଗୁଡିକ ମୁକୁଳା ପଡ଼ିବା ନେଇ ବିଜେପି ବିଏମସି ଉପରେ ବର୍ଷିଛି।

ଏପରି ଅଭାବନୀୟ ଘଟଣା ପାଇଁ ବିଏମସିର ବେପାରୁଆ ମନୋଭାବକୁ ଦାୟୀ କରିଛି ବିଜେପି। ଅନ୍ୟପଟେ ବିଜେପିର ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଖଣ୍ଡଗିରି ଥାନରେ ବିଏମସି କମିଶନରଙ୍କ ବିରୋଧରେ ଏତଲା ଦେଇଛି ।

Leave A Reply

Your email address will not be published.