Latest Odisha News

BREAKING NEWS

ରାଜଧାନୀରୁ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍‌ ରଖିଥିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏକ ଓମଫେଡ୍‌ ବୁଥ୍‌କୁ ଚା’ ପିଇବାକୁ ଯାଇଥିବାବେଳେ ତାଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ପରେ ତାଙ୍କ ବାପାଙ୍କୁ ଫୋନ କରି ୩୦ଲକ୍ଷ ଟଙ୍କା ଦାବି କରିଥିଲେ ।

ପୁଅକୁ ଅପହରଣ କରାଯାଇଥିବା ନେଇ ଛାତ୍ରଙ୍କ ବାପା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ । ମୋବାଇଲ ଫୋନ ଟ୍ରାକ୍‌ କରି ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଦୁର୍ବୃତ୍ତଙ୍କ ପାଖରୁ କାର୍‌ ଓ ମାରଣାସ୍ତ୍ର ଜବତ କରାଯାଇଛି । ଅଧିକ ଖୋଳତାଡ ଚଳାଇଛି ପୋଲିସ । ଅପହୃତ ଛାତ୍ର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପୁଅ । ବେଙ୍ଗାଲୁରୁରେ ବିବିଏ ପଢୁଛନ୍ତି । କୋଭିଡ୍ ମହାମାରୀ ଯୋଗୁ ଏବେ ଘରେ ରହୁଥିଲେ ।

Comments are closed, but trackbacks and pingbacks are open.